ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶାବର ଶ୍ରୀକ୍ଷେତ୍ର ଢାଞ୍ଚାରେ ହେବ କୋରାପୁଟ ରେଳ ଷ୍ଟେସନ, ମାଗଣା ୱାଇଫାଇ ସହିତ ମିଳିବ ଭିଆଇପି ସୁବିଧା

କୋରାପୁଟ,୨୯/୦୨: ଶବର ସଂସ୍କୃତିକୁ ସମ୍ମାନ ଦେବା ଏବଂ ଶାବର ଶ୍ରୀକ୍ଷେତ୍ରର  ପ୍ରଚାରପ୍ରସାର ପାଇଁ କୋରାପୁଟ ରେଳ ଷ୍ଟେସନର ରୂପ ପରିବର୍ତ୍ତନ କରାଯିବ । କୋରାପୁଟ  ଜଗନ୍ନାଥ ମନ୍ଦିର ଢାଞ୍ଚାରେ ଷ୍ଟେସନ୍‌ର ମୁଖ୍ୟ ଗେଟ୍‌ ଓ ବିଭିନ୍ନ ପ୍ରବେଶ ପଥ ନିର୍ମାଣ  କରାଯିବ । କେନ୍ଦ୍ର ସରକାର ତରଫରୁ ଗତ ୨୬ ତାରିଖରେ ଅମୃତ ଭାରତ ପ୍ରକଳ୍ପ  ଅଧୀନରେ ଭର୍ଚୁଆଲ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ  କରି ଏହି ସୂଚନା ଦେଇଛନ୍ତି । 

ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ୨୧ କୋଟି ୫୦  ଲକ୍ଷ ଟଙ୍କା ବ୍ୟୟ କରାଯିବ । ଷ୍ଟେସନକୁ ସମ୍ପୂର୍ଣ ଭାବେ ୱାଇଫାଇ ସଂଯୋଗ କରାଯିବ ।  ଏହି ସେବା ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ ମାଗଣା ରହିବ । ଏଥିସହ ସ୍ୱତନ୍ତ୍ର ଯାତ୍ରୀ ପ୍ରତୀକ୍ଷାଳୟ,  ଲିଫ୍‌ଟ, ଏସ୍କାଲେଟର, ଶୌଚାଳୟ, ବଡ଼ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରାଯିବ । ସଫେଇ  ଦିଗକୁ ଅଧିକ ଗୁରୁତ୍ୱ ଦିଆଯିବ । ଯାତ୍ରୀ ସୂଚନା ବ୍ୟବସ୍ଥାକୁ ଆହୁରି ଉନ୍ନତ କରାଯିବ । ‘ଏକ ଷ୍ଟେସନ ଏକ ଉତ୍ପାଦ’ ବର୍ଗରେ ଜିଲ୍ଲାର ମିଲେଟ୍‌ ସାମଗ୍ରୀକୁ ପ୍ରୋତ୍ସାହନ ଦିଆଯିବ ।  ବ୍ୟବସାୟିକ ବୈଠକ ପାଇଁ ଏକ କୁକେଟିଭ ଲଙ୍ଗ ନିର୍ମାଣ କରାଯିବ । ବିଶେଷକରି  ଭିନ୍ନକ୍ଷମ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ ।  

ଯାତ୍ରୀ ମଳୟ ମହାପାତ୍ର କହିଛନ୍ତି, ଜିଲ୍ଲାର ଏକ ପୁରୁଣା ଷ୍ଟେସନ ଭାବେ ଏହା ପରିଚିତ ।  ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯାଇଥିବା ଶୁଣି ଖୁସି ଲାଗିଲା ।  ସେହିପରି ଶାବର ଶ୍ରୀକ୍ଷେତ୍ର ସଂସ୍କୃତିକୁ ସମ୍ମାନ ଓ ଗୁରୁତ୍ୱ ଦେବା ଜିଲ୍ଲାବାସୀଙ୍କ ପାଇଁ  ଗର୍ବର ବିଷୟ । ଷ୍ଟେସନରେ ବିଭିନ୍ନ ସେବା ମିଳିଲେ ଯାତ୍ରୀମାନେ ଆରାମରେ ଯାତ୍ରା  କରିପାରିବେ । ଏହା ହେଲେ ଆଗକୁ ଯାତ୍ରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.