ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଦନ ନାୟକ ହତ୍ୟା ଘଟଣା : ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ନୟାଗଡ଼,୨୪।୨ :  ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା କେଶପାନିଆ ଗ୍ରାମର ମଦନ ନାୟକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ୬ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି।

  ୨୦୦୨ ମସିହା ଅକ୍ଟୋବର ୧୦ ତାରିଖରେ ଶରଣକୁଳ ଥାନା ଅନ୍ତର୍ଗତ କେଶପାନିଆ ଗ୍ରାମର କୁମାରୀ ନାୟକ  ଶରଣକୁଳ ଥାନାରେ ଏକ ଅଭିଯୋଗ କରିଥିଲେ କି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ତାଙ୍କର ପିତା ମଦନ ନାୟକଙ୍କୁ ସେହି ଗ୍ରାମର ମୋଚି ନାୟକ ଓ ଅନ୍ୟ ୧୭ ଜଣ ମିଳିତଭାବେ କଟୁରୀ, ଠେଙ୍ଗା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।  ମଦନଙ୍କୁ ଉଦ୍ଧାର କରିବାକୁ ଯାଇ ଯୁଗଳ ନାୟକ ଓ ଅନ୍ୟମାନେ ବୋମା ଓ ପଥର ମାଡ ଦ୍ଵାରା ଆଘାତ ପାଇଥିଲେ | ଉକ୍ତ ଘଟଣାରେ ମଦନ ନାୟକ ମୃତ୍ୟୁ ଘଟିଥିଲା।  ଯୁଗଳ ନାୟକଙ୍କ ସମେତ ଅନ୍ୟମାନେ ଆଘାତ ପାଇଥିଲେ | ଏ ସମ୍ପର୍କରେ ଶରଣକୁଳ ଥାନା ଅଧିକାରୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି ଜେଲ ପଠାଇଥିଲେ ।

୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଓଡଗାଁ ଅତିରିକ୍ତ ଜିଲ୍ଲା ଦୌରଜଜ୍ ମାନସ ରଞ୍ଜନ ରଥ ଅଭିଯୁକ୍ତ ଗଣେଶ ନାୟକ, ମେଳିଆ ନାୟକ, ଚତୁର୍ଭୁଜ ନାୟକ, ଭାଗି ନାୟକ, ଭୀମ ନାୟକ ଓ ମୋଚି ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇ ଛନ୍ତି। ଅଭିଯୁକ୍ତ ଭାଗୀ ନାୟକଙ୍କୁ ବିସ୍ଫୋରକ ନିରୋଧ ଆଇନ ମତେ  ଯୁଗଳ ନାୟକଙ୍କୁ ଆଘାତ କରି ଥିବାରୁ ଉଭୟ ଦଫାରେ ଅତିରିକ୍ତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ରାୟ ପ୍ରଦାନ କରିଛନ୍ତି | ଜରିମାନା ଅନାଦେୟ ଏକବର୍ଷ ସଶ୍ରମ କାରାଦଣ୍ଡାଦେଶର ରାୟ ମଧ୍ୟ  ଶୁଣାଇଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରୋସ୍ୟୁକୁଟର ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରୁଥିଲେ।

 ସୂଚନାଯୋଗ୍ୟ ଯେ,  ଥାନାରେ ଅଭିଯୋଗ ପରେ ପୁଲିସ୍ ସମସ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲା । କିଛି ଦିନ ପରେ ସମସ୍ତେ ଜାମିନିରେ ଆସିଥିଲେ | ୧୮ ଅଭିଯୁକ୍ତଙ୍କ ମଧ୍ୟରୁ ବିଚାର ସମୟରେ ୨ ଜଣ ମୃତ୍ୟୁ ଘଟିଛି।   ସେଥିରୁ ୬ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବାକି ୧୦ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ଆହୁରି ପଢନ୍ତୁ : ଜମି ଦେବାକୁ କହି ସିଆରପିଏଫ୍ ଯବାନଙ୍କୁ ୧୬ ଲକ୍ଷ ଟଙ୍କା ଠକେଇ , ଜଣେ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.