ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଗଣମାଧ୍ୟମ ଏକାଦଶ ବିଜୟୀ

ପୁରୀ,୨୬/୧: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଜିଲ୍ଲା ପ୍ରଶାସନ ଏକାଦଶକୁ ୮ ରନରେ ଗଣମାଧ୍ୟମ ଏକାଦଶ ପରାସ୍ତ କରିଥିଲା । ଟସ ଜିତି ବ୍ୟାଟିଂ ନେଇଥିବା ଗଣମାଧ୍ୟମ ଏକାଦଶ ନିର୍ଦ୍ଧାରିତ ୧୫ ଓଭରରେ ୧୨୮ ରନ କରିଥିବା ବେଳେ ପ୍ରଶାସନ ଏକାଦଶ ସମାନ ଓଭର ଖେଳି ୧୨୦ ରନ କରି ପାରିଥିଲା । ଗଣମାଧ୍ୟମ ଏକାଦଶର ଶିବପ୍ରସାଦ ଦାସ ୫୩ ରନ କରିଥିବା ବେଳେ ସୁମନ୍ତ ପରିଡା ୧୫ ରନ କରିଥିଲେ । ପ୍ରଶାସନ ଏକାଦଶ ପକ୍ଷରୁ ମନୋଜ ବେହେରା ୨ ୱିକେଟ ନେଇଥିବା ବେଳେ ଜ୍ୟୋତି ଶଙ୍କର ମହାପାତ୍ର, ଅକ୍ଷୟ, ଭାସ୍କର ରାଓ ଓ ରାଜେନ୍ଦ୍ର ପାତ୍ର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପ୍ରଶାସନ ଏକାଦଶ ପକ୍ଷରୁ ଭାସ୍କର ରାଓ ୪୫ ରନ କରିଥିବା ବେଳେ ସରୋଜ କୁମାର ସ୍ୱାଇଁ ୧୮ ରନ କରିଥିଲେ । ଗଣମାଧ୍ୟମ ଏକାଦଶ ପକ୍ଷରୁ ପକ୍ଷରୁ ସୁକାନ୍ତ ସ୍ୱାଇଁ ୪ଟି, ଅକ୍ଷୟ ମିଶ୍ର ୩ଟି, ପ୍ରିତମ ଦାସ ଓ ଶିବ ପ୍ରସାଦ ଦାସ ୧ଟି ଲେଖାଏଁ ୱିକେଟ ନେଇଥିଲେ । ବିଜୟୀ ଓ ରନର୍ସଅପ୍ ଦଳକୁ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ସମ୍ବର୍ଦ୍ଧିତ କରିଥିଲେ । ଗଣମାଧ୍ୟମ ଏକାଦଶର ସୁକାନ୍ତ ସ୍ୱାଇଁ ବୋଲିଂ ଓ ବ୍ୟାଟିଂରେ ଶ୍ରେଷ୍ଠତା ପ୍ରଦର୍ଶନ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ସର୍ବାଧିକ ରନ୍ ସହ ଅର୍ଦ୍ଧଶତକ ପାଇଁ ଶିବପ୍ରସାଦ ଦାସଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଟ୍ରଫି ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଖେଳରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ଓ ପୂର୍ବତନ କ୍ରୀଡା ସଂସଦର ଉପସଭାପତି ରାମଚନ୍ଦ୍ର ଦାସମହାପାତ୍ର, ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ମ୍ୟାଚରେ ସହଯୋଗ ଓ ଧାରା ବିବରଣୀ ରଞ୍ଜିତ ମିଶ୍ର ପ୍ରଦାନ କରିଥିଲେ ।



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.