ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

NPCI ଆଣିଲା ନୂଆ ଫିଚର, ଫୋନ୍ କଲରେ କରି ପାରିବେ UPI ଟ୍ରାଞ୍ଜାକ୍ସନ୍

ନୂଆଦିଲ୍ଲୀ, ୦୭/୦୯: ଭାରତରେ ଦିନକୁ ଦିନ ୟୁପିଆଇ (ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍)ର ଲୋକପ୍ରିୟତା ବଢ଼ି ଚାଲିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ୟୁପିଆଇ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରୁଥିବା ବେଳେ ଆସିଛି ଖୁସି ଖବର । ୟୁପିଆଇ ଦେଣନେଣକୁ ଆହୁରି ସହଜ କରିବା ଲାଗି ଏନପିସିଆଇ ଆଣିଛି ନୂଆ ଫିଚର । ଯାହାକି ଆପଣଙ୍କ କାରବାରକୁ ଆହୁରି ସହଜ ଓ ସରଳ କରିବା ସହ ସମୟ ବଞ୍ଚାଇବ ।

ବୁଧବାର ଏନପିସିଆଇ, ୟୁପିଆଇରେ ନୂଆ ପେମେଣ୍ଟ ବିକଳ୍ପ ଯୋଡ଼ିଛି । ଯେଉଁଥିରେ ଆପଣ କଥା କହି ଅର୍ଥାତ୍ ଭଏସ୍ ମୋଡରେ ଟଙ୍କା ପଠାଇବାର ସୁବିଧା ପାଇ ପାରିବେ । ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟରେ ଆରବିଆଇ ଗଭର୍ଣ୍ଣର ଏନପିସିଆଇର ନୂଆ ପ୍ରଡକ୍ଟର ଲଞ୍ଚ କରିଛନ୍ତି । 

ନିଜକୁ ଦେବାଳିଆ ଘୋଷଣା କଲା ବ୍ରିଟେନର ଦ୍ୱିତୀୟ ବଡ଼ ସହର

ଲଞ୍ଚ ହୋଇଥିବା ନୂଆ ପ୍ରଡକ୍ଟରେ ରହିଛି ‘ହ୍ୟାଲୋ ୟୁପିଆଇ’ । ଯେଉଁଥିରେ ଆପଣ ଫୋନ୍ କଲ୍ ଏବଂ ଆଇଓଟି (ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ) ଉପକରଣ ମାଧ୍ୟମରେ ହିନ୍ଦୀ ଓ ଇଂରାଜୀ ଭାଷାରେ ୟୁପିଆଇ ପେମେଣ୍ଟ କରି ପାରିବେ । କୁହାଯାଉଛି, ଏହି ଫିଚର ୟୁପିଆଇର ଲୋକପ୍ରିୟତା ବୃଦ୍ଧିରେ ଆହୁରି ସହାୟକ ହେବ । 

‘ହ୍ୟାଲୋ ୟୁପିଆଇ’ ଶୀଘ୍ର ଦେଶର ଅନ୍ୟ ସ୍ଥାନୀୟ ଭାଷାରେ ଉପଲବ୍ଧ ହେବ । ଟଙ୍କା ପୈଠାଇବା ସହ ଆପଣ ଏହା ମାଧ୍ୟମରେ ଆପଣଙ୍କ ବିଲ୍ ବି କଥା କହି ଦେଇ ପାରିବେ । ଏଥିପାଇଁ ଏନପିସିଆଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର କରିଛି । ଏହାଦ୍ୱାରା ଦେଶରେ ଡିଜିଟାଲ୍ ପେମେଣ୍ଟ କାରବାର ବଢ଼ିବା ସହ ଅଧିକ ସ୍ଥାନରେ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି ।

୯୦ ଡଲାର ନିକଟତର ହେଲା ଅଶୋଧିତ ତୈଳ, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଆଶା କ୍ଷୀଣ

ଏହା ଛଡ଼ା ଏନପିସିଆଇ, ୟୁପିଆଇରେ ‘କ୍ରେଡିଟ୍ ଲାଇନ୍’ ସୁବିଧା ଆଣିଛି । ଯାହା ଫଳରେ ବ୍ୟବହାରକାରୀ ବ୍ୟାଙ୍କରୁ ଆଗୁଆ ଅନୁମୋଦନ ହୋଇଥିବା ଋଣରୁ ୟୁପିଆଇ ଟ୍ରାଞ୍ଜାକ୍ସନ୍ କରି ପାରିବେ । ଏଥିସହ ‘ଲାଇଟ୍ ଏକ୍ସ’ର ବ୍ୟବହାର କରି ଅଫଲାଇନରେ ଟଙ୍କା ଦେଣନେଣ କରି ହେବ ।

upi
Online Transaction
NPCI

Copyright © 2022 - Summa Real Media Private Limited. All Rights Reserved.