ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ନବରଙ୍ଗପୁରରେ ରାଜନୈତିକ ଶୀତଳଯୁଦ୍ଧ: ଏଥର ମୈଦାନକୁ ଓହ୍ଲାଇପାରନ୍ତି ଦାଦା-ପୁତୁରା

ନବରଙ୍ଗପୁର,୧୪/୧୧: ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ଏଥର ମୈଦାନକୁ ଓହ୍ଲାଇପାରନ୍ତି ଦାଦା-ପୁତୁରା । ସେମାନେ ହେଲେ ନବରଙ୍ଗପୁର ବିଜେଡି ବିଧାୟକ ସଦାଶିବ ପ୍ରଧାନୀ ଓ କଂଗ୍ରେସରୁ ଆଶାୟୀ ଥିବା ତାଙ୍କ ପୁତୁରା ଦିଲ୍ଲୀପ ପ୍ରଧାନୀ । ଉଭୟ ରାଜନୀତିରେ ଦବ୍‌ଦବା ଥିବା ପରିବାରର ସଦସ୍ୟ । ୯ ଥର ନବରଙ୍ଗପୁର ସାଂସଦ ହୋଇଥିବା ସ୍ୱର୍ଗତ ଖଗପତି ପ୍ରଧାନୀଙ୍କ ଦାୟାଦ । ଖଗପତିଙ୍କ ସାନଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ଗୋପିନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ସଦାଶିବ । ଆଉ ସ୍ୱର୍ଗତ ଖଗପତିଙ୍କ ପୁଅ ତଥା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ । ଉଭୟଙ୍କୁ ନେଇ ଏବେ ନିର୍ବାଚନମଣ୍ଡଳୀରେ ଚାଲିଛି ଜୋରଦାର ଚର୍ଚ୍ଚା ।  

ଦିଲ୍ଲୀପ ଏବେ କଂଗ୍ରେସ ରାଜନୀତିରେ ବେଶ୍‌ ସକ୍ରିୟ । କଂଗ୍ରେସ ଆଦିବାସୀ ସେଲ୍‌ ଜିଲ୍ଲା ଅଧ୍ୟକ୍ଷ ତଥା ନିଜ ପଞ୍ଚାୟତର ସମିତି ସଭ୍ୟ । ଗତ ପଞ୍ଚାୟତ ନିର୍ବାଚନରୁ ଦାଦା-ପୁତୁରାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ତିକ୍ତତା । ୨୦୨୨ ପଞ୍ଚାୟତ ନିର୍ବାଚନରେ ଦିଲ୍ଲୀପ ପାତ୍ରପୁଟ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିଲେ । ଏଥିଲାଗି ଗୋଟିଚାଳନା ଆରମ୍ଭ କରି ଦେଇଥିଲେ । ଅଥଚ ବିଧାୟକ ସଦାଶିବ ସବୁକିଛି ବିଗାଡ଼ି ଦେଇଥିଲେ । ବିଜେଡିର ସ୍ୱାର୍ଥ ପାଇଁ ପୁତୁରାଙ୍କ ଆଶାକୁ ଧୂଳିସାତ୍‌ କରିଦେଇଥିଲେ । ସେହି ଦିନରୁ ଦାଦା-ପୁତୁରାଙ୍କ ମଧ୍ୟରେ ଲାଗି ରହିଛି ଏକପ୍ରକାର ଶୀତଳଯୁଦ୍ଧ । 

ଦିନକୁ ଦିନ ବଦଳିବାରେ ଲାଗିଛି ରାଜନୈତିକ ସମୀକରଣ । ଆଗାମୀ ଦିନରେ ଏହା କେଉଁମୋଡ଼ ନେବ କହିବା ମୁସ୍କିଲ । ଅଥଚ ବର୍ତ୍ତମାନ ସ୍ଥିିତିରେ ସଦାଶିବ ବିଜେଡିରୁ ଓ ଦିଲ୍ଲୀପ କଂଗ୍ରେସରୁ ଆଶାୟୀ ରହିଛନ୍ତି । ଯଦି ଉଭୟ ଦଳ ଏମାନଙ୍କୁ ପ୍ରାର୍ଥୀ କରନ୍ତି, ତାହେଲେ ଦାଦା-ପୁତୁରା ମଧ୍ୟରେ ରାଜନୈତିକ ଲଢେଇ ନିଶ୍ଚୟ । ଏ ସଂପର୍କରେ ଆମେ ଦିଲ୍ଲୀପଙ୍କୁ ପଚାରିବାରୁ କହିଛନ୍ତି, ଦଳ ସୁଯୋଗ ଦେଲେ ଲଢେଇ କରିବାକୁ ପ୍ରସ୍ତୁତ । ଅନ୍ୟପକ୍ଷରେ ସଦାଶିବ କହିଛନ୍ତି, ସବୁକିଛି ଠିକ୍‌ରେ ଚାଲିବ । ସମୟ ହିଁ କହିବ । 

ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି, ବିଜେଡି ଏଠାରେ ଏଥର ମହିଳା କାର୍ଡ ଖେଳିପାରେ । ଏହାକୁ ଆଖିରେ ରଖି ସଦାଶିବ ନିଜ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ସାଙ୍ଗରେ ଧରି ନିର୍ବାଚନମଣ୍ଡଳୀ ଗସ୍ତ କରୁଛନ୍ତି । ବିଜେଡି ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ମାଝୀ ମଧ୍ୟ ବିଜେଡି ଟିକେଟ୍‌ ଦୌଡରେ ରହିଛନ୍ତି । ସେ ବି ନିର୍ବାଚନମଣ୍ଡଳୀରେ ବୁଲାବୁଲି କରୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସରେ ଦିଲ୍ଲୀପଙ୍କ ସହ ଟିକଟ୍‌ ଦୌଡରେ ଅଛନ୍ତି ଅଗ୍ନିପୁର ସରପଞ୍ଚ ଦିବାକର ପୂଜାରୀ । କେବଳ ଦେଖିବାକୁ ରହିଲା, ଆଗକୁ ଏହି ନିର୍ବାଚନମଣ୍ଡଳୀରେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ଓ କେଉଁ ରଣକୌଶଳ ନେଇ ମଇଦାନକୁ ଓହ୍ଲାଉଛି ।

ସୂଚନାଥାଉକି, ୨୦୧୯ ନିର୍ବାଚନରେ ନାଲ୍‌କୋ ଅଧିକାରୀ ପଦ ଛାଡ଼ି ବିଜେଡିରୁ ନବରଙ୍ଗପୁର ଆସନ ପାଇଁ ଟିକଟ ପାଇଥିଲେ ସଦାଶିବ । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପିର ଗୌରୀଶଙ୍କର ମାଝିଙ୍କୁ ୬ ହଜାର ୮୭୮ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ । ଏହି କାରଣରୁ ଦଳ ଏଥର ବି ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରେ ବୋଲି ସମର୍ଥକମାନେ କହୁଛନ୍ତି । 

Copyright © 2022 - Summa Real Media Private Limited. All Rights Reserved.