ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତେଜସ୍‌ ଏୟାରକ୍ରାଫ୍ଟ କ୍ରୟ କରିବାକୁ ନାଇଜେରିଆ, ଫିଲିପାଇନ୍ସ, ଆର୍ଜେଣ୍ଟିନିଆ ଏବଂ ଇଜିପ୍ଟ ଆଗ୍ରହୀ: HAL ମୁଖ୍ୟ

Image Courtesy: indiatvnews

ନୂଆଦିଲ୍ଲୀ: ବିଶ୍ବରେ ଭାରତୀୟ ଜ୍ଞାନକୗଶଳରେ ବିକଶିତ ଫାଇଟର ଜେଟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏବେ ନାଇଜେରିଆ, ଫିଲିପାଇନ୍ସ, ଆର୍ଜେଣ୍ଟିନିଆ ଏବଂ ଇଜିପ୍ଟ ଭାରତ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ‘ତେଜସ୍‌’ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ଗୁରୁବାର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ସିବି ଅନନ୍ଥକ୍ରିଷ୍ଣନ କହିଛନ୍ତି । ଏହି ସବୁ ଦେଶ ଖୁବଶୀଘ୍ର ତେଜସ୍ ଏୟାରକ୍ରାଫ୍ଟ କ୍ରୟ କରିବା ନେଇ ଘୋଷଣା କରିପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି । ବିଶେଷ କରି ନାଇଜେରିଆ, ଫିଲିପାଇନ୍ସ ଏବଂ ଇଜିପ୍ଟ ଅଧିକ ଆଗ୍ରହୀ ଅଛନ୍ତି ବୋଲି ଅନନ୍ଥକ୍ରିଷ୍ଣନ କହିଛନ୍ତି ।

ସେପଟେ ଯଦି ଏହି ସବୁ ଦେଶ ତେଜସ୍‌ ଲାଗି ଅର୍ଡର ଦିଅନ୍ତି ତେବେ ହାଲ୍‌ ପାଇଁ ଆହ୍ବାନ ସୃଷ୍ଟି ହୋଇପାରେ । କାରଣ ଏହି ଏୟାରକ୍ରାଫ୍ଟର କିଛି ଯନ୍ତ୍ରଂଶ ବ୍ରିଟେନରୁ ଆମଦାନି କରିବାକୁ ପଡ଼େ। ତେବେ ସମୟ ଲାଗିଲେ ବି ଦେଶଗୁଡ଼ିକର ଚାହିଦ ପୂରଣ କରାଯାଇପାରିବ ବୋଲି ହାଲ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ ଫକ୍‌ଲାଣ୍ଡସ୍‌ ଯୁଦ୍ଧ ପରେ ଆର୍ଜେଣ୍ଟିନିଆକୁ କୌଣସି ପ୍ରକାର ସାମରିକ ଯୁଦ୍ଧାସ୍ତ୍ର ରପ୍ତାନି ଉପରେ  ରୋକ ଲଗାଇଛି ବ୍ରିଟେନ । ଏଭଳି ସ୍ଥିତିରେ ମଧ୍ୟ ହାଲକୁ ଅନ୍ୟ ଏକ ଆହ୍ବାନର ସାମ୍ନା କରିବାକୁ ପଡ଼ିବ । କାରଣ ତେଜସ୍‌ ତିଆରି ଲାଗି ବ୍ରିଟେନ୍‌ରେ ନିର୍ମିତ ଯନ୍ତ୍ରାଂଶର ବ୍ୟବହାର କରିବାକୁ ପଡ଼ୁଛି । 

  ଗତ ଜୁଲାଇରେ ଆର୍ଜେଣ୍ଟିନିଆ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଗସ୍ତରେ ଆସିଥିବା ବେଳେ ଦୁଇ ଦେଶ ମଧ୍ୟରେ  ଔଦ୍ୟୋଗିକ ସମ୍ବନ୍ଧ ବୃଦ୍ଧି କରିବା ଉପରେ ଜୋର ଦେଇଥିଲେ । ସେପଟେ ହେଲିକପ୍ଟର ନିର୍ମାଣ ଲାଗି ଯନ୍ତ୍ରାଂଶ ଏବଂ ଅନ୍ୟ ସେବା ଯୋଗାଇଦେବ ବୋଲି ଆର୍ଜେଣ୍ଟିନିଆ ବାୟୁସେନା ସହ ବୁଝମଣା କରିଥିଲା ହାଲ୍‌ । ସେହିଭଳି ଫିଲିପାଇନ୍ସ ଏବଂ ଭାରତ ମଧ୍ୟରେ ସାମରିକ ସଂପର୍କ ବୃଦ୍ଧିପାଇବାରେ ଲାଗିଛି ।  ଜାନୁଆରିରେ ସାମରିକ ସହାୟତା ଲାଗି ୩୭୫ ମିଲିୟନ ଡଲାରର ଡିଲ କରିଥିଲା ଫିଲିପାଇନ୍ସ ।

 ଭାରତରେ ବିକଶିତ ତେଜସ୍‌ ଏକ ସିଙ୍ଗଲ ଇଞ୍ଜିନ ଏୟାର କ୍ରାଫ୍ଟ ହୋଇଥିବା ବେଳେ ପ୍ରତିକୂଳ ବାତାବରଣରେ ମଧ୍ୟ ଶତ୍ରୁର ନାଶ କରିପାରିବ । ଏହାକୁ ବିଶେଷ କରି ବାୟୁ ସେନା ଏବଂ ନୌସେନାରେ ଆକ୍ରମଣ ଲାଗି ଡିଜାଇନ୍‌ କରାଯାଇଛି । ଏବେ ଭାରତୀୟ ବାୟୁ ସେନା ପାଖରେ ପ୍ରାୟ ୪୦ ତେଜସ୍‌ ଏୟାରକ୍ରାଫ୍ଟ ରହିଛି । ଫେବୃଆରି ୨୦୨୧ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୪୮୦୦୦ କୋଟି ଟଙ୍କାରେ ୮୩ଟି ତେଜସ୍‌  ଏମକେ-୧ଏ କ୍ରୟ କରିବାକୁ ହାଲ ସହ ବୁଝମଣା କରିଥିଲା । ହେଲେ ଗତମାସରେ ଅତିରିକ୍ତ ୯୭ ତେଜସ୍‌ ଜେଟ୍‌ କ୍ରୟ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ଅନୁମତି ପ୍ରଦାନ କରାଯାଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.