ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ବିଲୁଆ କାମୁଡ଼ାରେ ବୃଦ୍ଧ ଗୁରୁତର

ମୋହନା, ୦୬/୧୧ : ପୋଖରୀରୁ ଘରକୁ ଫେରିଲା ବେଳେ ପାଗଳ ବିଲୁଆ ଆକ୍ରମଣରେ ବୃଦ୍ଧ ଗୁରୁତର । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କିରାମା ପଞ୍ଚାୟତ ନିଦ୍ଧିଗୁଡ଼ି ଗାଁରେ ଏଭଳି ଘଟଣା ଘଟିଛି। ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ନିଦ୍ଧିଗୁଡ଼ି ଗ୍ରାମର ଜଣେ ୭୧ ବର୍ଷୀୟ ବୃଦ୍ଧ ଅରୁଣ ଗମାଙ୍ଗ ଗ୍ରାମ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଏକ ପାଗଳ ବିଲୁଆ ତାଙ୍କୁ କାମୁଡି ଦେଇଥିଲା। ଘଟଣା ସ୍ଥଳରେ ବୃଦ୍ଧ ଚିତ୍କାର କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି। ସେ ଏବେ ଚିକିତ୍ସାଧିନ ଅଛନ୍ତି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.