ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମୋଦି ସରକାରଙ୍କ ଅନ୍ତରୀଣ ବଜେଟକୁ ବିରୋଧୀଙ୍କ ସମାଲୋଚନା, ଜାଣନ୍ତୁ କିଏ କ’ଣ କହିଲେ ?

ନୂଆଦିଲ୍ଲୀ, ୦୧/୦୨: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୫୬ ମିନିଟର ବଜେଟ୍ ଅଭିଭାଷଣ ସହ ଷଷ୍ଠଥର ଲାଗି ଉପସ୍ଥାପନ କରିଛନ୍ତି ବଜେଟ୍ । ଏହା ଥିଲା ନିର୍ମଳାଙ୍କ ସବୁଠୁ ଛୋଟ ବଜେଟ୍ ଅଭିଭାଷଣ । ଅନ୍ତରୀଣ ବଜେଟରେ ଆୟକର ଦାତାଙ୍କୁ କୌଣସି ଆଶ୍ୱସ୍ତି ମିଳି ନଥିବା ବେଳେ ଅନ୍ୟ କ୍ଷେତ୍ର ଲାଗି ହୋଇଛି ଅନେକ ଘୋଷଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବିକଶିତ ଭାରତର ସ୍ୱପ୍ନର ବଜେଟ୍ କହିଛନ୍ତି । ଅନ୍ୟପଟେ ବଜେଟକୁ ନେଇ ବିଜେପି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଏହା ବିଜେପିର ବିଦାୟୀ ବଜେଟ୍ । ସୋସିଆଲ୍ ମିଡିଆରେ ଅଖିଳେଶ ଲେଖିଛନ୍ତି, କୌଣସି ବି ବଜେଟ୍ ବିକାଶ ପାଇଁ ନୁହେଁ ଓ କୌଣସି ବିକାଶ ଜନତାଙ୍କ ଲାଗି ହୋଇ ନଥିଲେ ତାହା ମୂଲ୍ୟହୀନ । ବିଜେପି ସରକାର ଜନବିରୋଧୀ ବଜେଟ୍ ଗୋଟିଏ ଦଶନ୍ଧି ଧରି ଆଣି ଲଜ୍ଜାଜନକ ରେକର୍ଡ କରିଛି । ଏହା ଏଭଳି ରେକର୍ଡ ଯାହା କେବେ ଭାଙ୍ଗିବ ନାହିଁ । ଏବେ ସକରାତ୍ମକ ସରକାର ଆସିବାର ସମୟ ।

ସେହିଭଳି ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ସଂସଦରେ କେନ୍ଦ୍ର ସରକାର ଆଣିଥିବା ବଜେଟ୍ ବାସ୍ତବିକତା ଠାରୁ ଦୂରରେ । ଏହା ନିର୍ବାଚନରେ ଲୋକଙ୍କୁ ଭୂତାଇବା ଲାଗି । ସରକାର ଦେଶର ଅର୍ଥବ୍ୟବସ୍ଥା ଓ ବିକାଶକୁ ନେଇ ଦାବି କରୁଥିବା ବେଳେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ସବୁ ସତକୁ ଦର୍ଶାଉଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, ଏହା ନିର୍ବାଚନୀ ବଜେଟ୍ । ବିଗତବର୍ଷ ବଜେଟ୍ ଠାରୁ ଏହା ୫.୮  ପ୍ରତିଶତ ଅଧିକ । ନିର୍ବାଚନ ଦୃଷ୍ଟିରୁ ପ୍ରସ୍ତୁତ ହୋଇଥିବା ଏହି ବଜେଟ୍ ନୈରାଶ୍ୟଜନକ ଅଟେ । ଏହି ବଜେଟର ବିଶ୍ଲେଷଣ କରିବା କଠିନ ଅଟେ ।

ସେହିଭଳି ଟିଏମସି ବଜେଟକୁ ଲକ୍ଷ୍ୟ ହୀନ ବୋଲି କହିଛି । ଟିଏମସି ନେତା ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି, ଅନ୍ତରୀଣ ବଜେଟ୍ ସାଧାରଣ ଲୋକଙ୍କ ବଜେଟ୍ ନୁହେଁ । ଏହି ବଜେଟର କୌଣସି ଦମ୍ ନାହିଁ । ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରେ କୌଣସି ପରିବର୍ତ୍ତନ ଅଣାଯାଇ ନାହିଁ । ଏଥିରୁ ଜଣାପଡ଼ୁଛି ଯେ, ସାଧାରଣ ଲୋକଙ୍କ ପାଇଁ ସରକାର କିଛି କରୁନି ।

  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.