ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ବି ଛୁଟି ନେଇନାହାନ୍ତି, ଆରଟିଆଇର ଜବାବ ଦେଲା ପିଏମଓ

ନୂଆଦିଲ୍ଲୀ, ୦୪/୦୯: ସବୁବେଳେ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ବିଭିନ୍ନ ଗଣମାଧ୍ୟମରେ ସର୍ବଦା ଚର୍ଚ୍ଚା ହୋଇଥାଏ । ଏପରିକି ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏନେଇ ବିଭିନ୍ନ କାର୍ଯ୍ୟକ୍ରମରେ କହିଥାନ୍ତି । ଦିନ ହେଉ କି ରାତି କାର୍ଯ୍ୟ କରିବାକୁ ସେ ଭଲପାଆନ୍ତି । ସବୁଠୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ହେବା ପାଖରୁ ଅର୍ଥାତ ୨୦୧୪ରୁ ଗୋଟିଏ ବି ଛୁଟି ନେଇନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ । 

ନୌସେନା ସମ୍ମିଳନୀରେ ସାମିଲ ହେଲା ୨୦୦୦ ବର୍ଷ ପୁରୁଣା ଟେକ୍‌ନିକ୍‌ରେ ନିର୍ମିତ ଜାହାଜ ମଡେଲ

ସୂଚନା ଅଧିକାର ଆଇନ୍‌(ଆରଟିଆଇ) ଜରିଆରେ ମଗାଯାଇଥିବା ପ୍ରଶ୍ନର ଜବାବରେ ଏକଥା କହିଛନ୍ତି ସରକାର । ସବୁ ସମୟରେ ଅନ୍‌ ଡ୍ୟୁଟିରେ ପ୍ରଧାନମନ୍ତ୍ରୀ ଥାଆନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ପୁଣେର ଜଣେ ଆରଟିଆଇ ଆକ୍ଟିଭିଷ୍ଟ ଆରଟିଆଇ ଜରିଆରେ ମୋଦୀଙ୍କ କାର୍ଯ୍ୟ ସମୟ ସଂପର୍କରେ ତଥ୍ୟ ମାଗିଥିଲେ । ଆରଟିଆଇର ଜବାବ ଦେଇଛନ୍ତି ପିଏମଓ ସଚିବ ପରବେଶ କୁମାର । ତେବେ ଏହି ଜବାବକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏକ୍ସ (ଟ୍ବିଟର)ରେ ସେୟାର କରିଛନ୍ତି । ନିଜ ପୋଷ୍ଟରେ ସେ ଲେଖିଛନ୍ତି ‘ମାଇଁ ପିଏମ ମାଇଁ ପ୍ରାଇଡ୍‌’ ।

ଏହା ପୂର୍ବରୁ ୨୦୧୬ରେ ଏମତି ଏକ ଆରଟିଆଇର ଜବାବ ସମାନ ଢ଼ଙ୍ଗରେ ମିଳିଥିଲା । ଜଣେ ଆରଟିଆଇ ଆବେଦକ ପିଏମଓ ଏବଂ କ୍ୟାବିନେଟ୍‌ ସଚିବାଳୟର ଛୁଟି ସଂପର୍କରେ ଜାଣିବାକୁ ଚାହିଁଥିଲେ । ପିଏମଓ ଜବାବରେ କହିଥିଲା ଯେ, ପ୍ରଧାନମନ୍ତ୍ରୀ ସବୁ ସମୟରେ କାର୍ଯ୍ୟରେ ରହୁଛନ୍ତି । ଗତବର୍ଷ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଦାବି କରିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ କେବଳ ଦୁଇ ଘଣ୍ଟା ଶୋଉଛନ୍ତି ।

You can also read: ପୁଟିନଙ୍କ 'ସେପ୍ଟେମ୍ବର ପ୍ଳାନ' କ'ଣ? କିପରି କିଭ୍‌ ଉପରେ ଖୁବଶୀଘ୍ର କବ୍‌ଜା କରିବ ଋଷ

pm narendra modi
Narendra Modi
BJP
Narendra Modi
Narendra Modi

Copyright © 2022 - Summa Real Media Private Limited. All Rights Reserved.