ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ପାକ୍‌ ନିର୍ବାଚନ ଫଳ ଅସ୍ପଷ୍ଟ: ବିରୋଧୀଙ୍କ ସହ ମେଣ୍ଟ କରିବାକୁ ନୱାଜଙ୍କ ଉଦ୍ୟମ, ୧୭୦ ଆସନରେ ଜିତ୍‌ ଦାବି କଲେ ଇମ୍ରାନ

ଇସ୍‌ଲାମାବାଦ,୧୧/୦୨: ଦୁଇ ଦିନ ଧରି ଗଣତି ସତ୍ତେ୍ୱ ପାକିସ୍ତାନ ନିର୍ବାଚନର ସ୍ପଷ୍ଟ ଛବି ଏ ଯାଏ ସାମ୍‌ନାକୁ ଆସିନାହିଁ ।  ଏଠାରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌  ଖାନ୍‌ଙ୍କ ଦଳ ପିଟିଆଇର ସମର୍ଥକ ତଥା  ନିର୍ଦ୍ଦଳୀୟ ପ୍ରାର୍ଥୀ ୧୦୦ ଆସନ ଜିତି  ସର୍ବାଧିକ ଜନାଦେଶ ହାସଲ କରିଛନ୍ତି ।  ୭୩ ଆସନ ସହ ନୱାଜ ଶରିଫ୍‌ଙ୍କ  ପିଏମ୍‌ଏଲ୍‌(ଏନ୍‌) ପାର୍ଟି ଦ୍ୱିତୀୟ  ସ୍ଥାନରେ ରହିଥିବା ନିର୍ବାଚନ କମିଶନଙ୍କ  ସୂତ୍ରରୁ ଜଣାପଡ଼ିଛି । ୫୪ ସିଟ୍‌ରେ  ଜିତି ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ  ପିପୁଲ୍ସ ପାର୍ଟି (ପିପିପି) ତୃତୀୟରେ ରହିଛି । ତେଣୁ ପାକିସ୍ତାନରେ ଝୁଲା ସରକାରର ସମ୍ଭାବନା ରହିଛି । ଉଭୟ  ପିଏମ୍‌ଏଲ୍‌(ଏନ୍‌) ଏବଂ ପିଟିଆଇ ନିଜ  ନିଜର ମେଣ୍ଟ ସରକାର ଗଢ଼ିବାକୁ ଅଣ୍ଟା  ଭିଡ଼ିଛନ୍ତି । ଫଳାଫଳ ଘୋଷଣା ପୂର୍ବରୁ  ନୱାଜ ବିଜୟ ଘୋଷଣା କରିବା ସହ  ସରକାର ଗଢ଼ିବା ପାଇଁ ଦୃଢ଼ୋକ୍ତି ବାଢ଼ିଛନ୍ତି । ପିପିପି ସହ ମେଣ୍ଟ ଗଠନ ପାଇଁ ନୱାଜ  ଉଦ୍ୟମ ଜାରି ରଖିଛନ୍ତି ।

 ମିଡିଆ ରିପୋର୍ଟ  ଅନୁସାରେ ବିଲାୱଲ ମଧ୍ୟ ଶରିଫ୍‌ଙ୍କ ସହ ମେଣ୍ଟ  କରିବାକୁ ରାଜି ଅଛନ୍ତି । ଇମ୍ରାନ୍‌ଙ୍କ ପିଟିଆଇ ମଧ୍ୟ  ସରକାର ଗଢ଼ିବାକୁ ଘୋଷଣା କରିଛି । ନ୍ୟାସନାଲ  ଆସେମ୍ବ୍ଲିରେ ପିଟିଆଇ ସମର୍ଥକ ୧୭୦ ପ୍ରାର୍ଥୀ ବିଜୟୀ  ହୋଇଥିବା ଇମ୍ରାନ ଦାବି କରିଛନ୍ତି । ପାକିସ୍ତାନରେ  ୩୩୬ ଆସନ ମଧ୍ୟରୁ ୨୬୫ ଆସନରେ ନିର୍ବାଚନ  ହୋଇଛି । ସେଥିରୁ ୨୫୫ ସିଟ୍‌ରେ ଫଳାଫଳ  ଘୋଷଣା ହୋଇଛି । ସରକାର ଗଢ଼ିବା ପାଇଁ କୌଣସି  ଦଳକୁ ୧୩୩ ଆସନରେ ବିଜୟ ଆବଶ୍ୟକ । 

ଦୁର୍ନୀତି ମାମଲାରେ ଆଦିଆଲା ଜେଲ୍‌ରେ ଥିବା  ପିଟିଆଇ ମୁଖ୍ୟ ଇମ୍ରାନଙ୍କ ପ୍ରତିକ୍ରିୟା ସାମ୍‌ନାକୁ  ଆସିଛି । ଏକ ଅଡିଓରେ ଭୋଟରଙ୍କ ଉଦ୍ଦେଶ୍ୟରେ  ଇମ୍ରାନ୍‌ କହିଛନ୍ତି, ‘ଆପଣମାନେ ଭୋଟ ଦେଇ ପ୍ରକୃତ ସ୍ୱାଧୀନତାର ମୂଳଦୁଆ ରଖିଛନ୍ତି । ଆପଣମାନଙ୍କୁ  ୨୦୨୪ ନିର୍ବାଚନ ବିଜୟର ଅଭିନନ୍ଦନ । ଲଣ୍ଡନ ପ୍ଲାନ୍‌  ଆପଣଙ୍କ ଭୋଟ କାରଣରୁ ଫେଲ୍‌ ହୋଇଗଲା ।’ ବହୁମତ ନ ମିଳିବାରୁ ନୱାଜ ଅନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ମେଣ୍ଟ ସରକାର ଗଢ଼ିବା ପାଇଁ  ଲାଗିପଡ଼ିଛନ୍ତି। ଏହି ନିର୍ବାଚନରେ ଇମ୍ରାନ୍‌ଙ୍କ ପିଟିଆଇ  ସମର୍ଥକ ପ୍ରାର୍ଥୀଙ୍କୁ ଏତେ ମାତ୍ରାରେ ବିଜୟ ମିଳିବ  ବୋଲି କେହି ଭାବି ନ ଥିଲେ । ପିଟିଆଇ ଦଳର  ମାନ୍ୟତା ଶେଷ କରିଦିଆଯିବା ଏବଂ ଏହି ଦଳରୁ  ଲଢ଼ିବା ଲାଗି ପ୍ରାର୍ଥୀଙ୍କ ଉପରେ ରୋକ ଲଗାଯିବା  ପରେ ପିଟିଆଇ ପ୍ରାର୍ଥୀ ନିର୍ଦ୍ଦଳୀୟ ଭାବେ ନିର୍ବାଚନ  ଲଢ଼ିଥିଲେ । 

ଇମ୍ରାନ୍‌ଙ୍କ ପୂର୍ବତନ ସ୍ପେଶାଲ ଆସିଷ୍ଟାଣ୍ଟ  ଜୁଲ୍‌ଫିକର ବୁଖାରୀ କହିଛନ୍ତି ଯେ, ପିଟିଆଇ  ସମର୍ଥତ ପ୍ରାର୍ଥୀ କୌଣସି ମୁଖ୍ୟ ଦଳ ସହ ମିଶି ସରକାର ଗଢ଼ିବେ ନାହିଁ । କିନ୍ତୁ ଆମେ ମେଣ୍ଟ ଗଢ଼ିବୁ । ନିର୍ଦ୍ଦଳୀୟ ନୁହେଁ ବରଂ ଏକ ବ୍ୟାନର ଏବଂ ଏକ ପାର୍ଟି  ନାଁରେ ମେଣ୍ଟ ଗଢ଼ାଯିବ । ପାକ୍‌ ସେନା ମୁଖ୍ୟ ଆସିମ  ମୁନୀର ନିର୍ବାଚନ ସଫଳତାର ସହ ଶେଷ ହୋଇଥିବା  କହି ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶରେ ଅରାଜକତା ଏବଂ ବିଭାଜନ ରାଜନୀତିରୁ ଆଗକୁ  ବଢ଼ି ଏକ ସ୍ଥିର ସରକାର ଗଠନର ଆବଶ୍ୟକତା  ଥିବା ସେ କହିଛନ୍ତି । 

ନିର୍ବାଚନରେ ଜାଲିଆତି ଅଭିଯୋଗ କରି  ପିଟିଆଇ ସମର୍ଥକଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ  ବିକ୍ଷୋଭ ଜାରି ରହିଛି । ନୱାଜ ଏବଂ ତାଙ୍କ ଝିଅ ମରିୟମଙ୍କ ବିଜୟ ବିରୋଧରେ ହାଇକୋର୍ଟରେ  ପିଟିସନ ହୋଇଛି ।ଦେଶର ଅନେକ ସ୍ଥାନରେ  ଏକ୍ସ (ପୂର୍ବର ଟୁଇଟର) କାମ କରୁନାହିଁ ।  ସେପଟେ ଗତବର୍ଷ ମେ ୯ରେ ହୋଇଥିବା ହିଂସା  ଘଟଣା ସହ ଜଡ଼ିତ ୧୨ ମାମଲାରେ ଆତଙ୍କବାଦ  ନିରୋଧ କୋର୍ଟରୁ ଇମ୍ରାନଙ୍କୁ ଜାମିନ ମିଳିଛି ।  ପିଟିଆଇ ନେତା ଶାହ ମହମ୍ମଦ କ୍ୟୁରେଶୀଙ୍କୁ  ମଧ୍ୟ ୧୩ ମାମଲାରେ କୋର୍ଟ ଜାମିନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.