ନୂଆଦିଲ୍ଲୀ,୦୯/୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୋଇପାରେ । ଖ୍ରୀଷ୍ଟମାସ ପୂର୍ବରୁ ତାହା ଶେଷ ହେବ । ବୁଧବାର ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି ।
ସେଥିରେ କୁହାଯାଇଛି ଯେ, ଡିସେମ୍ବର ୩ ତାରିଖରେ ୫ ରାଜ୍ୟରେ ହେବାକୁ ଥିବା ମତଗଣନାର କିଛି ଦିନ ପରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇପାରେ । ଏହି ଅଧିବେଶନରେ ଆଇପିସି, ସିଆରପିସି ଏବଂ ସାକ୍ଷ୍ୟ ଅଧିନିୟମର ସ୍ଥାନ ନେବାକୁ ଥିବା ୩ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ସଂପର୍କରେ ବିଚାର ହୋଇପାରେ । ସାଧାରଣତଃ ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବରର ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ ଏବଂ ଡିସେମ୍ବର ୨୫ ପୂର୍ବରୁ ଶେଷ ହୋଇଥାଏ ।