ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

କେବିସି ହଟ୍‌ ସିଟ୍‌ରେ ବାଲେଶ୍ୱର ପୁଅ ଏସ୍‌କେ ଅଜମତ, ଚିଟ୍‌ଫଣ୍ଡ୍‌ର ଶିକାର ହୋଇଥିବା ଦୁଃଖ ବଖାଣିଲେ, ୨୫ ଲକ୍ଷ ପୁରସ୍କାର ରାଶି ଜିତିଲେ

ବାଲେଶ୍ୱର, ୧୫/୧୧ : ଭାରତର ଲୋକପ୍ରିୟ ଟେଲିଭିଜନ୍‌ ସୋ’ କୋନ୍‌ ବନେଗା କୋରଡ଼ପତି (କେବିସି)ର ୬୬ତମ ଅଧ୍ୟାୟ ସୋମବାର ପ୍ରସାରଣ ହୋଇଛି । ଏହି ସୋ’ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବ୍ଲକ ରାଇସୁଆଁ ପଞ୍ଚାୟତ ସିଂହାରପୁର ଗ୍ରାମର ଏସ୍‌କେ ଅଜମତ୍‌ ଅଂଶଗ୍ରହଣ କରି ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ୍‌ଙ୍କ ସହ ଏହି ଅଧ୍ୟାୟ ପ୍ରସାରଣ ହେବା ପରେ ରାତାରାତି ଅଜମତଙ୍କ ଲୋକପ୍ରିୟତା ବଢ଼ିଯାଇଛି । ଏହି ଧାରାବାହିକ ଜିତିବାକୁ ହେଲେ ୧୬ଟି ପ୍ରଶ୍ନର ଉତ୍ତର ଦେବାକୁ ହୋଇଥାଏ । ଅଜମତ୍‌ ୧୪ଟି ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇଥିଲେ । କୋଟିପତି ହେବା ପାଇଁ ଆଉ ୨ଟି ପ୍ରଶ୍ନର ଉତ୍ତର ଦେବାକୁ ବାକିଥିବା ବେଳେ ତାଙ୍କ ନିକଟରେ କୌଣସି ଲାଇଫ୍‌ ଲାଇନ୍‌ ନଥିବାରୁ ଏହି ପ୍ରତିଯୋଗିତାରୁ ସେ ଓହରି ଯାଇଥିଲେ । 

ଅମିତାଭ ତାଙ୍କୁ କରିଥିବା ୧୪ଟି ପ୍ରଶ୍ନରେ ଓଡ଼ିଶା ଉପରେ ୨ଟି ପ୍ରଶ୍ନ ଥିଲା । ଏହି ଅବସରରେ ଅଜମତ୍‌ଙ୍କ ବ୍ୟକ୍ତିଗତ ଜୀବନ ଅମିତାଭଙ୍କୁ ପ୍ରଭାବିତ କରିଥିଲା । ବିଶେଷତଃ ବାଲେଶ୍ୱରର ଏକ ନିପଟ୍ଟ ମଫସଲରୁ ଜଣେ ଯୁବକ ଆସି କେବିସିର ହଟ୍‌ ସିଟ୍‌ରେ ବସିବା ପଛରେ ଥିବା ଅଜମତ୍‌ଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ଅମିତାଭଙ୍କୁ ବିମୋହିତ କରିଥିଲା । ଓଡ଼ିଶାରେ ୨୦୦୮ରୁ ୨୦୧୩ ଭିତରେ ଛତୁ ଫୁଟିବା ଭଳି ଚିଟ୍‌ଫଣ୍ଡ କମ୍ପାନି ଖୋଲିବା, ଏହି ଚିଟ୍‌ଫଣ୍ଡ୍‌ କମ୍ପାନିରେ ଅଜମତ ଏଜେଣ୍ଟ୍‌ ଭାବେ କାମ କରି ୫୦ ଲକ୍ଷରୁ ଅଧିକ ଟଙ୍କା ଜମା କରିବା, ୨୦୧୩-୧୪ରେ ଏହି ଚିଟ୍‌ଫଣ୍ଡ କମ୍ପାନି ସବୁ ବନ୍ଦ ହୋଇଯିବା, ଟଙ୍କା ଜମାକାରୀମାନେ ଆସି ତାଙ୍କ ଘରେ ବସିବା, ଜମାକାରୀଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଆତ୍ମହତ୍ୟା ଭଳି ବାଟ ବାଛିନେବା ଘଟଣା ଅମିତାଭଙ୍କ ଆଖିରେ ଲୁହ ଭରି ଦେଇଥିଲା । ଅଜମତ୍‌ଙ୍କ ସଂଘର୍ଷମୟ ଜୀବନକୁ ସେ ପ୍ରଶଂସା କରିଥିଲେ । ଅଜମତ୍‌ କହିଛନ୍ତି, କେବିସିରେ ଅମିତାଭଙ୍କ ସହ ହଟ୍‌ ସିଟ୍‌ରେ ବସିବା ଲମ୍ବା ଯାତ୍ରା ଥିଲା । ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି । ନାମ ପଞ୍ଜୀକରଣ ପରେ ତାଙ୍କୁ କେବିସି ପକ୍ଷରୁ ଏକ ଆଇଭିଆର କଲ୍‌ ଆସିଥିଲା । ଏଥିରେ ପଚରା ଯାଇଥିବା ତିନୋଟି ପ୍ରଶ୍ନର ସେ ଠିକ୍‌ ଉତ୍ତର ଦେଇଥିଲେ । ପରେ ତାଙ୍କୁ ଗ୍ରାଉଣ୍ଡ୍‌ ଅଡିସନ୍‌ ପାଇଁ ମୁମ୍ବାଇ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ଆଉ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଏହି ସୋ’ରେ ବସିବାକୁ ଯୋଗ୍ୟତା ହାସଲ କରିଥିଲେ ବୋଲି କହିଥିଲେ । ଏହି ସୋ’ରେ ଅମିତାଭ ଛେନାପୋଡ଼ ବିଷୟରେ ଅଜମତ୍‌ଙ୍କୁ ପଚାରିଥିଲେ । ଓଡ଼ିଶାର ଏହି ଲୋକପ୍ରିୟ ଖାଦ୍ୟକୁ ଅମିତାଭ କେବେ ଖାଇ ନ ଥିବା କହିଥିଲେ । ଓଡ଼ିଶା ଆସି ଛେନାପୋଡ଼ ଖାଇବାକୁ ଅଜମତ୍‌ ଅମିତାଭଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ଏହି ସୋ’ ମାଧ୍ୟମରେ ଅଜମତ୍‌ ଅମିତାଭଙ୍କୁ ଗଣିତର ଏକ ନୂଆ ଫର୍ମୁଲା ଜଣାଇଥିଲେ । ଗଣିତର ଏହି ନୂଆ ଫର୍ମୁଲା ଅମିତାଭଙ୍କୁ ପ୍ରଭାବିତ କରିଥିଲା । ଏହି କାର୍ଯ୍ୟକ୍ରମରେ ଅଜମତ୍‌ଙ୍କ ବ୍ୟତୀତ ତାଙ୍କ ପତ୍ନୀ ଜରିନା ବିବି, ଝିଅଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.