ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆସନ୍ତା ୧୨ରେ ସ୍ୱତନ୍ତ୍ର ଚତୁର୍ଦ୍ଧା ଉତ୍ସବ: ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ନାଟକ କାର୍ଯ୍ୟକ୍ରମ ହେବ ଆୟୋଜନ

ଭୁବନେଶ୍ୱର ୦୮/୦୨: ଅଙ୍କୁର ଫାଉଣ୍ଡେସନ ତରଫରୁ  ଆସନ୍ତା ୧୨ ତାରିଖ  ଦିନ ଭୁବନେଶ୍ୱର ସ୍ଥିତ ଗୀତ ଗାବିନ୍ଦ ସଦନରେ  ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ  ନାଟକର ଏକ ସ୍ୱତନ୍ତ୍ର ଉତ୍ସବ  "ଚତୁର୍ଦ୍ଧା’ ଅୟୋଜିତ ହେବ ।  ସାହିତ୍ୟର ପ୍ରଦର୍ଶନକାରୀ  ଦିଗ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଏଥିରେ ଉପସ୍ଥାପିତ ହେବ । ଆମେରିକାରେ  ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଡ. ଲଳିତ ମାନସିଂହ ଉତ୍ସବର ଉଦଘାଟକ ଭାବେ ଯୋଗଦେବେ । 

ଦିବସ ବ୍ୟାପୀ ଏହି ଉତ୍ସବରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, କବି ଓ ଗୀତିକାର ଦେବଦାସ ଛାଟରାୟ, କବି ଆଶୁତୋଷ ପରିଡ଼ା, ବିଶିଷ୍ଟ  ଇଂରାଜୀ କବି ଅଶ୍ୱିନୀ କୁମାର, ବିଶିଷ୍ଟ ବଙ୍ଗଳା କବି ଅଂଶୁମାନ କର, ସଙ୍ଗୀତ ଶାସ୍ତ୍ରୀ  ପ୍ରତୀକ ପଟ୍ଟନାୟକ, ବିଶିଷ୍ଟ ଗାୟକ ବିଭୁ କିଶାର, ଅଜୟ ସ୍ୱାଇଁ, ଅପର୍ଣ୍ଣା ମହାନ୍ତି,  ଚିରଶ୍ରୀ ଇନ୍ଦ୍ର ସିଂ, ବିୟତପ୍ରଜ୍ଞା ତ୍ରିପାଠୀଙ୍କ ସମେତ ଅନେକ କବି ଓ ଲେଖକ  ଯୋଗଦାନ କରିବେ । ଗଳ୍ପ, କବିତା, ନୃତ୍ୟ, ନାଟକ ଓ ସଙ୍ଗୀତକୁ ନେଇ ଅନେକ  ଅଭିନବ ଉପସ୍ଥାପନା ଏହି ଉତ୍ସବରେ ରହିବ ବୋଲି ଅଙ୍କୁର ଫାଉଣ୍ଡେସନର  ସମ୍ପାଦିକା ଚିନ୍ମୟୀ ପଣ୍ଡା ସୂଚନା ଦେଇଛନ୍ତି । କେଦାର ମିଶ୍ରଙ୍କ ତତ୍ୱାବଧାନରେ  ଏହା ଏକ ଭିନ୍ନ ସ୍ୱାଦର ସାହିତ୍ୟ ଉତ୍ସବ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.