ତିଗିରିଆ,୧୦/୧୧ : ଏଟିଏମ୍ ଗାଡ଼ି ଅଟକାଇ ଟଙ୍କା ଲୁଟ୍ l ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡ଼କ ଗୋଡ଼ି ଝରିଆ ରାସ୍ତାର ପୁରୁଣା ରାଇସ ମିଲ୍ ନିକଟରେ ଘଟିଛି ଏହି ଘଟଣା l ଗୋଟିଏ ବାଇକ, ଗୋଟିଏ ସ୍କୁଟି ଓ ଗୋଟିଏ ସ୍କର୍ପିଓ ଗାଡ଼ିରେ ୮ ରୁ ୧୦ଜଣ ମୁହଁରେ ଗାମୁଛା ବାନ୍ଧି ଆସିଥିଲେ ଦୁର୍ବୃତ୍ତ । ହଠାତ୍ ଏଟିଏମ୍ ଗାଡ଼ିଟିକୁ ଅଟକାଇଥିଲେ ।
ପରେ ସେଥିରୁ ୧ କୋଟି ୭୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି l ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରୀ ରହିଛି l ଏହି ଘଟଣା ପରେ କଟକ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି ।