ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

୨ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ "ପୁଷ୍ଟିକର ଶସ୍ୟ ଖାଦ୍ୟ ପ୍ରଣାଳୀରେ ଏକ ଅନିର୍ବାଯ୍ୟ ଅଂଶ"

ଭୁବନେଶ୍ଵର, ୦୯/୧୧ : ଭୁବନେଶ୍ବରରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ। ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁଷ୍ଟିଶସ୍ୟ ମାଣ୍ଡିଆର ବହୁଳ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୭ରେ ଓଡ଼ିଶା ମିଲେଟ ମିଶନ ଆରମ୍ଭ ହୋଇଥିଲା। ଆଦିବାସୀ ସମ୍ପ୍ରଦାୟର ଜୀବିକା ତଥା ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେଇ ଏକ ଲୋକକୈନ୍ଦ୍ରିକ ମିଲେଟ ମିଶନ ପ୍ରସ୍ତୁତ କରିବାରେ ଓଡ଼ିଶା ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ମିଲେଟଗୁଡିକ ପାଇଁ ଏକ ବିଶ୍ୱସ୍ତରୀୟ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ଏହି ସମ୍ମିଳନୀ ଲକ୍ଷ୍ୟ ରଖିଛି।

ଓଡ଼ିଶାକୁ ଉତ୍କର୍ଷର କେନ୍ଦ୍ରରେ ପରିଣତ କରିବା ତଥା ଓଡ଼ିଶାବାସୀଙ୍କ ଆର୍ଥିକ ଅଭିବୃଦ୍ଧି, କଲ୍ୟାଣ ତଥା ସ୍ୱାସ୍ଥ୍ୟରେ ସହଯୋଗ କରିବାକୁ ସରକାର ସମସ୍ତ ଉଦ୍ୟମ କରିବ। ମିଲେଟ୍ ହେଉଛି ପାରମ୍ପରିକ ଶସ୍ୟ। ଜଳବାୟୁ ପ୍ରତିରୋଧକ ଏବଂ ପୁଷ୍ଟିକରର ଶକ୍ତି ଘର। ପୁଷ୍ଟିକର ସୁରକ୍ଷା ହାସଲ କରିବା ପାଇଁ ମିଲେଟଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ୨୦୨୩ ବର୍ଷକୁ ଜାତିସଂଘ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରି ଏହି ଶସ୍ୟପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏଥିଲାଗି ଜାତିସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ସର୍ବଦା ସମାଜର ପ୍ରତ୍ୟେକ ବର୍ଗର କଲ୍ୟାଣକୁ ପ୍ରାଧାନ୍ୟ ଦେଉଛନ୍ତି। ମିଲେଟଗୁଡିକୁ ପୁନର୍ଜୀବିତ କରିବା ପାଇଁ ଧ୍ୟାନ ଦେଇ ଆମେ ୨୦୧୭ରେ ଓଡ଼ିଶା ମିଲେଟ ମିଶନ୍ ଆରମ୍ଭ କରିଥିଲୁ। ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି । ଏହି ପୁଷ୍ଟିଶସ୍ୟର ପୁନରୁଦ୍ଧାର ସହିତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶା ସରକାର କାମ କରୁଛନ୍ତି । ପ୍ରତ୍ୟେକ ଲୋକଙ୍କ ଖାଇବା ଥାଳିରେ ମିଲେଟ୍ ଭଳି ସର୍ବୋତ୍ତମ ଖାଦ୍ୟ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ମିଲେଟ୍‌ ଓ ମିଲେଟ୍‌ ଭିଭିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ। ମିଲେଟରେ ସର୍ବୋତ୍ତମ ଉତ୍ପାଦନ ଜିଲ୍ଲା ପାଇଁ ସୁନ୍ଦରଗଡ, କୋରାପୁଟ, ରାୟାଗଡା ଏବଂ ନୁଆପଡାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଜିଲ୍ଲା ମଧ୍ୟରେ ସୁନ୍ଦରଗଡ ତାଲିକାର ଶୀର୍ଷରେ ରହିଛି। ସେ ଏକ କଫି ଟେବୁଲ୍ ବୁକ୍, ସ୍ୱତନ୍ତ୍ର ଡାକ କଭର ମଧ୍ୟ ପ୍ରକାଶ କରିଥିଲେ। ମିଲେଟ ଉତ୍ପାଦନରେ ଅତୁଳନୀୟ ସଫଳତା ହାସଲ ପାଇଁ ସେ ୫ ମିଲେଟ ଚାଷୀଙ୍କୁ ଉତ୍ସାହିତ କରିଛନ୍ତି। ମିଲେଟ ମୂଲ୍ୟ ଶୃଙ୍ଖଳରେ ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଭୂମିକାକୁ ପ୍ରଶଂସା କରିଛନ୍ତି।


   


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.