ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

ବେତନଟୀ, ୪/୧୨ : ବେତନଟୀ ବ୍ଲକ ପୁରୁଣିଆ ପଞ୍ଚାୟତ ଅଧୀନ ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସୋମବାର ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ଗ୍ରାମବାସୀ ଏବଂ ସ୍ଥାନୀୟ ସରପଞ୍ଚ ସୁନ୍ଦର ମୋହନ ସିଂ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି l 

ସୂଚନା ମୁତାବକ, ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l କିଛି ମାସ ପୂର୍ବରୁ ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ତ୍ରିପାଠୀ ପଦନ୍ନୋତି ପାଇ ଅନ୍ୟତ୍ର ବଦଳିହୋଇ ଯାଇଥିବା ବେଳେ ସହକାରୀ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଡେପୁଟେସନରେ ଅନ୍ୟ ସ୍କୁଲରେ ଅବସ୍ଥାପିତ କରାଯାଇଥିଲା l ତେବେ କିଛି ମାସର ବ୍ୟବଧାନରେ ଦୁଇ ଦୁଇ ଜଣ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ନେବାର ନିଷ୍ପତ୍ତିକୁ ବିରୋଧ କରି ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା l ବର୍ତ୍ତମାନ ସ୍କୁଲରେ ୪ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ଦାବି କରି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସହିତ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା l ଆଲୋଚନା ଏବଂ ପ୍ରତିଶୃତି ପରେ ଗ୍ରାମବାସୀ, ଅଭିଭାବକ ଏବଂ ପରିଚାଳନା କମିଟି ସ୍କୁଲରେ ତାଲା ପକାଇ ଆନ୍ଦୋଳନ ନିଷ୍ପତ୍ତିରୁ ଓହୋରି ଯାଇଥିଲେ l ମାତ୍ର ଆଲୋଚନା ଏବଂ ପ୍ରତିଶୃତିକୁ ତିନି ମାସ ବିତି ଯାଇଥିଲେ ସୁଦ୍ଧା ଜଣେ ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ଦିଆଯାଇ ନଥିବାରୁ ସୋମବାର ସକାଳେ ଗ୍ରାମବାସୀ, ଅଭିଭାବକ ଏବଂ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ଗଣ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି l 

ଖବର ପାଇ ଏବିଇଓ ରମାକାନ୍ତ ମହାନ୍ତ, ସିଆରସିସି ଶୈଳେନ୍ଦ୍ର ପଣ୍ଡାଙ୍କୁ ଆଲୋଚନା ପାଇଁ ପଠାଯାଇଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର ସୂଚନା ଦେଇଛନ୍ତି l ଏପଟେ ଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଜିଦରେ ଆଡି ବସିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗ୍ରାମବାସୀ l ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସେମାନଙ୍କ ସହିତ ସାମିଲ ହୋଇଛନ୍ତି ପୁରୁଣିଆ ସରପଞ୍ଚ ସୁନ୍ଦର ମୋହନ ସିଂ l ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ ପାଇଁ ପାଠପଢ଼ା ଏବଂ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସୋମବାର ଦିନ ପାଇଁ ପୁରା ଠପ୍ ହୋଇଯାଇଛି l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.