ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉଆମl ଗାଁରେ ବାଘ ଆତଙ୍କ : ମାରି ଖାଇଲା ୨ ଗୋରୁ , ବାଘ ପାଦ ଚିହ୍ନ ଓ ମଳ ଜବତ କଲା ବନବିଭାଗ

ମୋହନା,୨୮।୧୧  ଗଜପତି ଜିଲ୍ଲା ଆର.ଉଦୟଗିରି ବନାଞ୍ଚଳ ଉଆମା ଗାଁରେ ବାଘ ଆତଙ୍କ l ଗାଁର ତିମତି ଭୂୟାଁଙ୍କ ଦୁଇଟି ଗୋରୁକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି l  ଗାଁ ନିକଟସ୍ଥ କୁଡ଼ିଆ ରେ ତିମୋତି ନିଜର ଗାଈ ବାନ୍ଧିଥିଲେ l ତେବେ କୁଡ଼ିଆ ନିକଟରେ ଗୋଟିଏ ବଳଦ ଓ ଗୋଟିଏ ବାଛୁରୀର ଖଣ୍ଡ ବିଖଣ୍ଡିତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ l ଏସମ୍ପର୍କରେ ତିମୋତି ବନ ବିଭାଗ କୁ ଖବର ଦେଇଥିଲେ l ବନ ବିଭାଗ ଓ ପ୍ରାଣୀ ଧନ ବିଭାଗ କର୍ମଚାରୀ ଉଆମା ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି l ଘଟଣା ସ୍ଥଳରୁ ବାଘର ପାଦ ଚିହ୍ନ ଓ ମଳ ଜବତ କରିଛନ୍ତି l 

ଗଜପତି ଜିଲ୍ଲାରେ ରାୟଗଡ ବ୍ଳକ ଦେବଗିରି ବନାଞ୍ଚଳରେ ମହାବଳ ବାଘ ଆତଙ୍କ ଲାଗିରହିଥିବା ବେଳେ ମଙ୍ଗଳବାର ଆର.ଉଦୟଗିରି ବନାଞ୍ଚଳ ରେ ଏବେ ସେହି ମହାବଳ ବାଘ ଘୁରି ବୁଲୁଥିବା ଆଶଙ୍କା କରୁଛି ବନ ବିଭାଗ l ଘରୁ କୁଆଡେ ନଯିବାକୁ ପରାମର୍ଶ ଦେବା ସହ ସତର୍କ ରହିବାକୁ ଲୋକଙ୍କୁ ସଚେତନ କରିଛନ୍ତି l ଏହି ଘଟଣା ପରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି l ଗତ ୨୩ ତାରିଖରେ ରାୟଗଡ ବ୍ଳକ ଦେବଗିରି ବନାଞ୍ଚଳ ଅଁଳାବର ଗାଁରେ ମହାବଳ ବାଘ ଏକ ଗାଈକୁ ଖାଇଥିବା ନେଇ ଟ୍ରlପ କ୍ୟାମେରା ରେ ଧରାପଡ଼ିଥିଲା l

ଆହୁରି ପଢନ୍ତୁ : ବାଘକୁ ନେଇ ଆତଙ୍କ, ଲୋକଙ୍କୁ ସଜାଗ କରୁଛି ବନବିଭାଗ : ମିଲିକା ପଙ୍ଗା, ଗୁଡାରୀ ଓ ବୋରିପଦରରେ ପଡିଛି ବାଘ ପାଦ ଚିହ୍ନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.