ପ୍ରମୁଖ ଖବର
  • ବରଗଡ଼ : ଗୋଡଭଗା ରେଳ ଷ୍ଟେସନ ନିକଟରେ ପୁରୁଣା କୋଠାଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର
  • ||
  • ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ମୁକୁଦ ସୋଡ଼ି
  • ||
  • ବିଷାକ୍ତ ଖାଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
  • ||
  • ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌
  • ||
  • DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
  • ||
  • ରାଜଧାନୀରୁ ରହସ୍ୟଜନକ ଭାବେ ଡାକ୍ତର, ଇଞ୍ଜିନିୟର ନିଖୋଜ; ରେଳଷ୍ଟେସନ ସିସିଟିଭି ଅଣ୍ଡାଳୁଛି ପୁଲିସ
  • ||
  • ନୂଆଦିଲ୍ଲୀରେ ମୋଦି ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ, ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା
  • ||
  • ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍
  • ||
  • WPL 2024: ବିଜୟକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍‌, ଆରସିବିକୁ ୭ ୱିକେଟ୍‌ରେ ହରାଇଲା
  • ||
  • ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡ ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ
  • ||

ଆଜି ଐତିହ୍ୟ ଡାକଘର କୋଠା ଲୋକାର୍ପଣ ଉତ୍ସବ, ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା,୦୩/୦୨: ବ୍ରିଟିଶ ଶାସନ କାଳରେ ନିର୍ମିତ ଝାରସୁଗୁଡ଼ାର ଐତିହ୍ୟ ଡାକଘର କୋଠାକୁ ଶନିବାର  ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ସମ୍ବଲପୁର ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଭର୍ଚୁଆଲ  ମୋଡ୍‌ରେ ଏହାର ଉଦ୍‌ଘାଟନ କରିବେ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଝାରସୁଗୁଡ଼ାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସର୍କଲର ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ଶୁଭେନ୍ଦୁ କୁମାର ସ୍ୱାଇଁ ଏନେଇ  ସୂଚନା ଦେଇଛନ୍ତି । 

ବ୍ରିଟିଶ ଶାସନ ଅମଳରେ ୧୮୯୨ ମସିହାରେ ଝାରସୁଗୁଡ଼ା ଝଣ୍ଡାଚୌକ ପାଖରେ  ପ୍ରତିଷ୍ଠା ହୋଇଥିବା ଏହି ମୁଖ୍ୟ ଡାକଘର(ପୁରୁଣା କୋଠା) ବଙ୍ଗଳା-ନାଗପୁର ରେଳବାଇ(ବିଏନ୍‌ଆର୍‌)  ଲାଇନରେ ଝାରସୁଗୁଡ଼ା ରେଳ ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ନିର୍ମିତ ହୋଇଥିଲା । ହେଲେ  ରକ୍ଷଣବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା । ଏହି କୋଠାକୁ ଐତିହ୍ୟ କୋଠା  ଭାବେ ଘୋଷଣା ସହ ଏହାର ପୂନରୁଦ୍ଧାର ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖିଥିଲେ । ଏହାପରେ ୨୦୨୧ ଡିସେମ୍ବର ୧୪ ତାରିଖ  ଏହାକୁ ଐତିହ୍ୟ ଭବନ ଭାବେ ସରକାର ଘୋଷଣା କରିଥିଲେ । ତାପରେ  ପୂନରୁଦ୍ଧାର କାର୍ଯ୍ୟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.