ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ବିଜେଡି କାର୍ଯ୍ୟାଳୟରେ ମହେଶ୍ଵର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୦୭/୧୧ : ବିଜେଡି କାର୍ଯ୍ୟାଳୟରେ ମହେଶ୍ଵର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି। ପୂର୍ବତନ ବାଚସ୍ପତିଙ୍କୁ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଏହା ସହ ଦଳୀୟ ନେତୃବୃନ୍ଦ ମଧ୍ୟ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ତାଙ୍କର ମରଶରୀରକୁ ବିଧାନସଭାକୁ ନିଆଯାଇଛି। ଏଠାରେ ବିଭିନ୍ନ ଦଳୀୟ ନେତା ତାଙ୍କର ଶେଷ ଦର୍ଶନ କରିଛନ୍ତି। 

ସୂଚନାନୁଯାୟୀ, ଗତ ମଙ୍ଗଳବାର  ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମହେଶ୍ୱରଙ୍କ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ରାତାରାତି ତାଙ୍କୁ ଭୁବନେଶ୍ୱର ଏକ ଘରୋଇ  ମେଡିକାଲରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡର ଏକ ସ୍ଥାନରେ ସୃଷ୍ଟି ହୋଇଥିବା ରକ୍ତ ଜମାଟ ହଟାଇବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ଏହାକୁ ଅପରେସନ କରିବା ମଧ୍ୟ ତାଙ୍କ ଜୀବନପ୍ରତି ବିପଦ ଥିଲା। ରବିବାର ଅପରାହ୍ଣରୁ  ଆଇସିୟୁରେ ଥିଲେ ମହେଶ୍ୱର ,ସ୍ଥିତି  ଗମ୍ଭୀର ରହିଥିଲା । ଡାକ୍ତରମାନଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ଆଜି ମଙ୍ଗଳବାର ଭୋର ସମୟରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ତାଙ୍କ ଦେହାନ୍ତରେ ପୁରା ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି ।

  • prameyanews
  • PrameyaOdia
  • prameya
  • Maheswar Mohanty
  • Copyright © 2022 - Summa Real Media Private Limited. All Rights Reserved.