ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

କ୍ୟାପିଟଲ୍‌ ହିଲ୍‌ ହିଂସା: ଟ୍ରମ୍ପଙ୍କ ସମର୍ଥକଙ୍କୁ ୨୨ ବର୍ଷ ଜେଲ୍‌, ୧୧ ଶହ ଉପଦ୍ରବୀଙ୍କ ବିରୋଧରେ ମାମଲା

ଓ୍ବାଶିଂଟନ୍‌, ୦୬/୦୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକୁ ଝଟ୍‌କା ଲାଗିଛି । କ୍ୟାପିଟଲ୍‌ ହିଲ୍‌ ହିଂସା ମାମଲାରେ ଜଣେ ଟ୍ରମ୍ପଙ୍କ ସମର୍ଥକଙ୍କୁ ୨୨ ବର୍ଷ ଜେଲ୍‌ ହୋଇଛି । ଟ୍ରମ୍ପଙ୍କ ଏହି ସମର୍ଥକ ହେଉଛନ୍ତି ଏନରିକ୍‌ ଟୋରିଓ । ଯିଏ ଦକ୍ଷିଣପନ୍ଥୀ ସଂଗଠନ ପ୍ରାଉଡ ବୟଜର ମୁଖ୍ୟ ଥିଲେ। ୨୦୨୧ ଜାନୁଆରୀ ୬ରେ କ୍ୟାପିଟଲ ହିଲ୍‌ରେ ହିଂସା ଭିଆଇବା ଲାଗି ଏନରିକଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା ।

ଓ୍ବାଗନର ଗ୍ରୁପ୍‌କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବ ବ୍ରିଟେନ, ‘ଦୁନିଆ ପାଇଁ ବିପଦ ପ୍ରିଗୋଝିନଙ୍କ ପ୍ରାଇଭେଟ୍‌ ଆର୍ମି’

କ୍ୟାପିଟଲ ହିଲ୍‌ ହିଂସା ମାମଲାରେ ଏହା ସର୍ବାଧିକ ଦଣ୍ଡାଦେଶ । ଏହି ମାମଲାରେ ୧୧୦୦ରୁ ଅଧିକ ଟ୍ରମ୍ପ ସମର୍ଥକ ଫସିଛନ୍ତି । ଗତ ସପ୍ତାହରେ ଏନରିକଙ୍କ ବନ୍ଧୁ ଏଥେନ ନାର୍ଡିନଙ୍କୁ ୧୮ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ଓ୍ବାଶିଂଟନର ଜିଲ୍ଲା ଜଜ୍‌ ୩ ଘଣ୍ଟାର ଶୁଣାଣି ପରେ ଏନରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପ୍ରାଉଡ ଭଏସ୍‌ ସହ ଜଡ଼ିତ ୫ ଜଣଙ୍କୁ ଜେଲ ପଠାଇସାରିଛନ୍ତି କୋର୍ଟ । ଏନରିକ୍‌ ଏବଂ ଏଥେନଙ୍କ ବ୍ୟତୀତ ଅନ୍ୟ ୩ ଜଣଙ୍କୁ ୧୦ରୁ ୧୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । 

ସୂଚନାଯୋଗ୍ୟ, ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନରେ ପରାଜୟବରଣ କରିଥିଲେ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ପରାଜୟକୁ ବିରୋଧ କରି ତାଙ୍କ ସମର୍ଥକମାନେ କ୍ୟାପିଟଲ ହିଲକୁ ଘରିନେଇଥିଲେ । କ୍ୟାପିଟଲ ହିଲରେ ପଶି ହିଂସାକାଣ୍ଡ ଭିଆଇଥିଲେ ଟ୍ରମ୍ପଙ୍କ ସମର୍ଥକ । କ୍ୟାପିଟଲ ହିଲ୍‌ ହିଂସା ମାମଲାରେ ଏଫବିଆଇ ତଦନ୍ତ କରୁଥିଲା । ପ୍ରାଉଡ୍‌ ବୟଜର ସଦସ୍ୟ ଏହି ହିଂସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 

You can also read: ଗଣେଶ ଚତୁର୍ଥୀ ଶୁଭ ମୁହୂର୍ତ୍ତରେ ହେବ ନୂତନ ସଂସଦ ଭବନର ଉଦଘାଟନ ଅଧିବେଶନ, ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିପାରନ୍ତି ସରକାର...



Capitol Hill Issue
Donald Trump

Copyright © 2022 - Summa Real Media Private Limited. All Rights Reserved.