ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା : ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ନାୟକ

ଭୁବନେଶ୍ବର,୪/୧୧ : ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଜେଲ ଗଲେ ପ୍ରଯୋଜକ ଟୁଟୁ ନାୟକ । ଏସଡିଜିଏମ୍ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ୧୪ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ ପ୍ରଯୋଜକ ଟୁଟୁ ନାୟକ । ଟୁଟୁ ନାୟକଙ୍କ ବିରୋଧରେ ଲାଗିଥିଲା ସଙ୍ଗୀନ ଦଫା ଲାଗିଥିଲା । ଏହାକୁ ଆଧାର କରି ଶନିବାର ଖାରବେଳ ନଗର ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା । 

ସୂଚନା ଅନୁଯାୟୀ, ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ଜଣେ ମହିଳା ସାମ୍ବାଦିକ ଶୁକ୍ରବାର ଖାରବେଳନଗର ଥାନାର ଦ୍ୱାରସ୍ଥ  ହୋଇଥିଲେ । ପ୍ରଯୋଜକଜଣକ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିବା ସହ  ତାଙ୍କ ଗାଲକୁ ଚାପୁଡ଼ା ପକାଇଥିବା ଅଭିଯୋଗ ହୋଇଥିଲା । ଏତଲା ମୁତାବକ, ଶ୍ରୀୟା  ହଲ୍‌ରେ ଶୁକ୍ରବାର ଓଡ଼ିଆ ସିନେମା  ‘ପ୍ରଥା’ର ପୋଷ୍ଟର ରିଲିଜ ହେଉଥିଲା । ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ପୋଷ୍ଟର ରିଲିଜ୍‌ ପରେ ଦେବସ୍ମିତା ହଲ୍‌ରୁ ବାହାକୁ ଆସି ସିନେମା ହିରୋଙ୍କ ପ୍ରତିକ୍ରିୟା ନେବାକୁ ଅପେକ୍ଷା କରିଥିଲେ । ଏତିକିବେଳେ ଟୁଟୁ ପଛ ପଟୁ ଆସିଲେ । ହଠାତ୍‌ ତାଙ୍କ ବାମପଟ ଗାଲକୁ ଚାପୁଡ଼ା ମାରିଲେ । ତାଙ୍କ ହାତରୁ ବୁମ୍‌ ଓ ଫୋନ୍‌ ଖସି ପଡ଼ିଥିଲା ।  ସେ ବୁମ୍‌ ଉଠାଉଥିବା ବେଳେ ଟୁଟୁ ପୁଣି ପିଠିକୁ ମାରିବା ସହ ଅଶୋଭନୀୟ ଆଚରଣ କରିଥିଲେ । ସର୍ବସମ୍ମୁଖରେ  ଟୁଟୁଙ୍କ ଏଭଳି ବ୍ୟବହାର ଯୋଗୁ ତାଙ୍କର ମର୍ଯ୍ୟଦା ହାନୀ ହୋଇଥିବା ଏତଲା କପିରେ ଦର୍ଶାଯାଇଥିଲା । 

Copyright © 2022 - Summa Real Media Private Limited. All Rights Reserved.