ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ସୁନ୍ଦରଗଡ଼, ୧୫/୧୧ : କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀ ମୃତ। ସୁନ୍ଦରଗଡ଼ ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ୧୦ ନଂ ରାଜ୍ୟ ରାଜପଥ ଅବରୋଧ କରାଯାଇଛି। ବହୁ ସଂଖ୍ୟାରେ ଗାଡି ଅଟକି ରହିଛି।

ଝାର ମୁଣ୍ଡା ଗ୍ରାମର ସମ୍ବାରୁ ସାହୁ (୪୦ ବର୍ଷ) ଓ ଖିରୋଦ (୪୫ ବର୍ଷ) ସକାଳୁ ଶୌଚ ହେବା ପାଇଁ ଘରୁ ବାହାରି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟଇ ଫେରାର ହେଉଥିବା କାରକୁ ପୋଲିସ ଧରିବାରେ ସଫଳ ହୋଇଛି। କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଲୋକେ ୧୦ ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ବଡ଼ଗାଁ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.