ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ପୁଣି ବଢ଼ିଲା ତାତି, ମାଲକାନଗିରିରେ ସର୍ବାଧିକ ୩୭ଡିଗ୍ରୀ: ଆସନ୍ତା ୩ରୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୦୧/୦୩: ରାଜ୍ୟରେ ଦିନ ତାପମାତ୍ରା ପୁଣି ବଢ଼ିଛି । ଗତ ତିନି ଦିନ ଧରି ମେଘୁଆ  ପାଗ ଯୋଗୁ ଦିନ ତାପମାତ୍ରା ଖସିଥିଲା । ଏବେ ପୁଣି ବଢ଼ିଛି । ଆସନ୍ତା ୩ ଓ ୪ ତାରିଖରେ ପଶ୍ଚିମ ଓଡ଼ିଶାର  ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ଓଡ଼ିଶାର  କିଛି ସ୍ଥାନରେ ବି ସ୍ୱଳ୍ପ ବର୍ଷା ହୋଇପାରେ ।

ଗୁରୁବାର ୫ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ  ଓ ଏହାଠାରୁ ଅଧିକ ରହିଛି ।  ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୭  ଡିଗ୍ରୀ ରହିଛି। ପାରଳାଖେମୁଣ୍ଡିରେ ୩୬, ବୌଦ୍ଧରେ  ୩୫.୫, ଟିଟିଲାଗଡ଼ରେ ୩୫ ଓ ନବରଙ୍ଗପୁରରେ ୩୫  ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ସବୁ ଜିଲ୍ଲାରେ ଦିନ  ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା । 

ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ତାପମାତ୍ରା  ବଢ଼ିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କରିଥିଲେ। ମାର୍ଚ୍ଚ ୩ ରେ  ରାଜଧାନୀରେ ତାତି ୩୮ ଡିଗ୍ରୀ ପାର୍‌ କରିବ ବୋଲି  ସେ ଆକଳନ କରିଛନ୍ତି । ୫ସୁଦ୍ଧା ଦିନ ତାପମାତ୍ରା ୩  ଡିଗ୍ରୀ ଯାଏ ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।  ଦକ୍ଷିଣ ଓ ଉତ୍ତର ଅଭ୍ୟନ୍ତରରେ ବି ଦିନ ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.