ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ମୃତ, ୨ ଗୁରୁତର ଆହତ

Published By : Prameya | January 21, 2024 12:10 PM

ନୂଆପଡ଼ା, ୨୧।୧: ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଫିସ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ମୃତ । ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା । ମୃତକ ଯୁବକ ଜଣକ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଠେମରା ଗାଁର ୩୮ ବର୍ଷୀୟ  ନରଶେ ମାଝି ବୋଲି ଜଣାପଡ଼ିଛି । ଅନ୍ୟ ଦୁଇ ଗୁରୁତର ଯୁବକ ମନି ଗାଁର ୨୪ ବର୍ଷୀୟ ଯୁବରାଜ ମାଝି ଓ ୨୫ ବର୍ଷୀୟ  ଜଗନ୍ନାଥ ମାଝି । 

ରବିବାର ସକାଳେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଠେମରା ଗାଁର ନରଶେ ଏବଂ ମନି ଗାଁର ଯୁବରାଜ ଓ ଜଗନ୍ନାଥ ଏକ ବାଇକରେ ଖଡ଼ିଆଳ ପଟୁ ନୂଆପଡ଼ା ପଟେ ଆସୁଥିଲେ । ଜାତୀୟ ରାଜପଥ ୩୫୩ ଉପରେ କୋମନା ତହସିଲ ଅଫିସ ନିକଟରେ ଏକ ଅଜଣା ଗାଡ଼ି ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏଥିରେ ୩ ଜଣ ଯୁବକ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । କୋମନା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତିନି ଜଣ ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଠେମରା ଗାଁର ନରଶେଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  

ପୂର୍ବାହ୍ନରେ ମନିଗାଁର ଯୁବରାଜ ଓ ଜଗନ୍ନାଥଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଏବେ ୨ ଜଣ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ କୋମନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାକାରୀ ଗାଡ଼ିକୁ ଧରିବାକୁ ପୁଲିସ ଛାନଭିନ୍ ଚଳାଇଛି । ଆଜି ଅପରାହ୍ନରେ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.