ପ୍ରମୂଖ ଖବର

ସୀମାନ୍ତରେ ଜଣେ ମହିଳା ମାଓବାଦୀ ଗିରଫ

ମାଲକାନଗିରି,୧୧।୫: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ପୋଲିସ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ମାଓ ଦମନ ଅଭିଯାନରେ ଫରସେଗଡ ଥାନା ଓ କୁଟରୁ ଥାନାର ସୁରକ୍ଷା କର୍ମୀ ମିଳିତ ବାବେ କୁଟୁରୁ ଥାନା ଓ ତେଲିପେଟା ଅଂଚଳରେ କୁମ୍ବିଂ ଅପରେସନ କରୁଥିବା ସମୟରେ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରିଥିଲେ । ଉକ୍ତ ମହିଳା ଜଣକ ବିଜାପୁର ଜିଲ୍ଲା ଫରସେଗଡ ଥାନା ଅନ୍ତର୍ଗତ ସି.ଏନ୍‌.ଏମ୍‌. ସଦସ୍ୟା ଶାନ୍ତି କୁରସମ ବୋଲି ଜଣାପଡିଛି  ତାଙ୍କ ନାମରେ ଫରସେଗଡ ଥାନାରେ  ମାମଲା ଦାୟର ହୋଇଥିବା ବେଳେ ଉକ୍ତ ମହିଳା ମାଓବବାଦୀ ଜଣକ ଗତ ୧୫ ଡିସେମ୍ବର ୨୦୨୦ ମସିହାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଗାଡିକୁ ନିଆଁ ଲଗାଇ ଧ୍ୱଂସ କରିବା ଘଟଣାରେ ସାମିଲ ଥିଲେ । ତେବେ ପୋଲିସ ଉକ୍ତ ମହିଳା ମାଓବାଦୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବିଜାପୁର ଏସ୍‌.ପି. ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.