ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍ ସ୍ବୀକାର କଲା ସ୍ବାତୀ ମାଲିଓ୍ବାଲଙ୍କ ସହ ହୋଇଛି ଦୁର୍ବ୍ୟବହାର, ବିଭବ କୁମାରଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୪।୫: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଓ ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କ ସହ  ଦୁର୍ବ୍ୟବହାର ଘଟଣାକୁ ନେଇ ନୂଆ ଅପଡେଟ୍। ମାଲିଓ୍ବାଲଙ୍କ ସହ ଦୁର୍ବବ୍ୟବହାର କଥା ସତ ବୋଲି ସ୍ବୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବଲ। ସେ କହିଛନ୍ତି, ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିନଳୀରେ କହଛନ୍ତି, ଗତକାଲି ଏକ ନିନ୍ଦନୀୟ ଘଟଣା ଘଟିଛି। ସ୍ବାତୀ ମାଲିଓ୍ବାଲ କେଜ୍ରିଓ୍ବାଲଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ। ଡ୍ରଇଂ ରୁମ୍‌ରେ ସେ ତାଙ୍କର ଅପେକ୍ଷା କରୁଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ କୁମାର ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ  ସ୍ବାତୀ ପୋଲିସକୁ ଫୋନ୍‌ କରି ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ସଞ୍ଜୟ ସିଂହ  କହିଛନ୍ତି, ସ୍ବାତୀ ମାଲିଓ୍ବାଲ ଦେଶ ଓ ସମାଜ ପାଇଁ ବଡ କାମ କରିଛନ୍ତି। ସ୍ବାତୀ ଦଳର ପୁରୁଣା ଓ ସିନିୟର ଲିଡରଙ୍କ ଭିତରୁ ଜଣେ। ଆମେ ସବୁ ତାଙ୍କ ସହିତ ଅଛୁ।’ ବିଜେପି ମଧ୍ୟ ମଙ୍ଗଳବାର ଏହି ମାମଲାକୁ ନେଇ ଜୋରଦାର ହଙ୍ଗାମା କରିବା ସହ କେଜ୍ରିଓ୍ବାଲଙ୍କ ଇସ୍ତଫା ଦାବି କରିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.