ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅନୁଚ୍ଛେଦ ୩୭୦ ହଟିବା ପରେ ପ୍ରଥମ ସାଧାରଣ ନିର୍ବାଚନ, କଡ଼ା ସୁରକ୍ଷାରେ ରହିବେ ଜମ୍ମୁ-କାଶ୍ମୀରର ସମସ୍ତ ପ୍ରାର୍ଥୀ

ନୂଆଦିଲ୍ଲୀ, ୨୩/୦୩: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର କ୍ଷମତା ଦେଉଥିବା ଅନୁଚ୍ଛେଦ ୩୭୦ ହଟିବା ପରେ ହେବାକୁ ଯାଉଛି ପ୍ରଥମ ସାଧାରଣ ନିର୍ବାଚନ । ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ । ଏଠାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବା ହେଉଛି ନିର୍ବାଚନ ଆୟୋଗଙ୍କ ଲାଗି ଚ୍ୟାଲେଞ୍ଜ । ଏଥିପାଇଁ ଆୟୋଗ ପ୍ରସ୍ତୁତି କରିଛନ୍ତି । ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । 

ସୁରକ୍ଷା ଘେରରେ ରହିବେ ପ୍ରାର୍ଥୀ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଓ ଅନ୍ୟ ବିପଦକୁ ଦେଖି ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବା ସମସ୍ତଙ୍କୁ ନିର୍ବାଚନୀ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦିଆଯିବ । ଛୋଟବଡ଼ ସମସ୍ତ ଦଳ ସହ ସ୍ୱାଧୀନ ପ୍ରାର୍ଥୀଙ୍କୁ ମଧ୍ୟ ସୁରକ୍ଷା ମିଳିବ । ପ୍ରତ୍ୟେକ ପ୍ରାର୍ଥୀଙ୍କ ସୁରକ୍ଷା ଲାଗି ପ୍ରାୟ ୨୦ ଯବାନ ମୁତୟନ ହେବେ । ଫଳରେ ପ୍ରଚାର ଓ ନିର୍ବାଚନୀ କାର୍ଯ୍ୟକ୍ରମରେ ହିଂସା ହୋଇ ପାରିବ ନାହିଁ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ପ୍ରତି ପ୍ରାର୍ଥୀଙ୍କୁ ଅତି କମରେ ୨ ସେକ୍ସନ୍ ଫୋର୍ସ ଦିଆଯିବ ।

ଏହାଛଡ଼ା ଜମ୍ମୁ-କାଶ୍ମୀରରେ ଶାନ୍ତି ଶୃଙ୍ଖଳାର ନିର୍ବାଚନ ଲାଗି ୩ଟି ହେଲିକପ୍ଟର ରହିବ । ଗୋଟିଏ ହେଲିକପ୍ଟରକୁ ଏୟାର୍ ଆମ୍ବୁଲାନ୍ସ ଭାବେ ବ୍ୟବହାର କରାଯିବ । ଅନ୍ୟଟି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଆବଶ୍ୟକତା ସହ ଆଇନ୍-କାନୁନ୍ ବ୍ୟବସ୍ଥା ଲାଗି ବ୍ୟବହାର ହେବ । ତୃତୀୟ ହେଲିକପ୍ଟରକୁ ବ୍ୟାକଅପ୍ ଲାଗି ରଖାଯିବ । ଏୟାର ଆମ୍ବୁଲାନ୍ସ ସେବା ସମସ୍ତ ପର୍ଯ୍ୟାୟ ଭୋଟିଂରେ ରହିବ । ଦ୍ୱିତୀୟ ହେଲିକପ୍ଟର ପ୍ରଥମ ପର୍ଯ୍ୟାୟ ମତଦାନର ୩ ଦିନ ପୂର୍ବରୁ ପ୍ରସ୍ତୁତ ରଖାଯିବ । 

୫ ଆସନ, ୫ ପର୍ଯ୍ୟାୟରେ ଭୋଟ୍

ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫ଗୋଟି ଲୋକସଭା ଆସନ ରହିଛି । ଏହି ସମସ୍ତ ଆସନରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ମତଦାନ ହେବ । ଉଧମପୁରରେ ଏପ୍ରିଲ୍ ୧୯, ଜମ୍ମୁରେ ଏପ୍ରିଲ୍ ୨୬, ଅନନ୍ତନାଗ-ରାଜୌରିରେ ମେ ୭, ଶ୍ରୀନଗରରେ ମେ ୧୩ ଏବଂ ବାରାମୂଲାରେ ମେ ୨୦ରେ ଭୋଟିଂ ହେବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.