ପ୍ରମୁଖ ଖବର
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||
  • ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
  • ||

ଫୁଲର କାର୍ବନ ତତ୍ତ୍ବକୁ ନେଇ ହୀରା ତିଆରି କଲା ଚୀନ୍‌, ଦାମ୍‌ ବି କିଛି କମ ନୁହେଁ

ବେଜିଂ: ପ୍ରଯୁକ୍ତିବିଦ୍ୟା ମାମଲାରେ ଚୀନ୍‌ ବହୁ ଆଗରେ ରହିଛି । ଛୋଟ ଚିପ୍‌ ପାଖରୁ ବଡ଼ ବଡ଼ ରୋବଟ୍‌ ପର୍ଯ୍ୟନ୍ତ ତିଆରି କରିବାରେ ସିଦ୍ଧହସ୍ତ ଚୀନ୍‌ । ସମୟ ସମୟରେ ଚୀନ୍‌ ଏଭଳି କିଛି ତିଆରି କରିପକାଏ ଯାହାକୁ ନେଇ ସମଗ୍ର ବିଶ୍ବ ଭାବିବାକୁ ବାଧ୍ୟ ହୁଏ । ସେହିଭଳି ଚୀନ୍‌ର ବୈଜ୍ଞନିକମାନେ ଏବେ ଆଉ ଗୋଟିଏ କମାଲ କରିଛନ୍ତି । ଫୁଲରୁ ହୀରା ତିଆରି କରିବାରେ ସଫଳ ହୋଇଛନ୍ତି ଚୀନ୍‌ର ବୈଜ୍ଞନିକମାନେ । ଲାଲ୍‌ ପିଓନି ଫୁଲର କାର୍ବନ ତତ୍ତ୍ବକୁ ନେଇ ୩ କ୍ୟାରେଟ୍‌ର ହୀରା ତିଆରି କରିଛି ଚୀନ୍‌ । 

ପିଓନି ଫୁଲ ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାରେ ଦେଖାଯାଏ । ଏହି ଫୁଲକୁ  ଫୁଲର ରାଣୀ ବୋଲି ମଧ୍ୟ କୁହାଯାଏ । ତେବେ ଆଇଟି ସେଣ୍ଟ୍ରାଲ୍‌ ନାମକ ଏକ ଓ୍ବେବସାଇଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଚୀନ୍‌ ବୈଜ୍ଞାନିକମାନେ ପିଓନି ଫୁଲ ବ୍ୟବହାର କରି ହୀରା ପ୍ରସ୍ତୁତ କରିଛନ୍ତି । ପିଓନିରେ ଥିବା କାର୍ବନ ବା ଅଙ୍ଗାରକ ତତ୍ତ୍ବରୁ ତିଆରି ହୋଇଥିବା ବିଶ୍ବର ପ୍ରଥମ ହୀରା ଚୀନ୍‌ର ହେନାନ ପ୍ରଦେଶରେ ପ୍ରଦର୍ଶିତ ହୋଇଥିଲା । 

କୃତ୍ରିମ ହୀରା ତିଆରି କରିଥିବା କମ୍ପାନିକୁ ଚୀନ୍‌ର ଏକ ପିଓନି ଗାର୍ଡେନ ବିଶେଷ ଫୁଲ ଦେଇଥିଲା । ଆଉ ଏଥିରେ ପ୍ରାୟ ୫୦ ବର୍ଷ ପୁରୁଣା ପିଓନି ଫୁଲ ସାମିଲ ଥିଲା ବୋଲି କୁହାଯାଉଛି । ହୀରା କମ୍ପାନିର ସିଇଓ ଓ୍ବାଙ୍ଗ ଜିଙ୍ଗ କହିଛନ୍ତି ଯେ, ଏହି ବିଶେଷ ହୀରାର ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ହୀରାକୁ ଉଚ୍ଚ ଚାପ ଓ ତାପରେ ତିଆରି କରାଯାଇଛି । ତେବେ ପିଓନି ଫୁଲରେ ଥିବା କାର୍ବନ ତତ୍ତ୍ବକୁ ବ୍ୟବହାର କରି ହୀରା ତିଆରି କରିବା ପ୍ରକ୍ରିୟା ଖୁବ ଜଟିଳ ବୋଲି କମ୍ପାନିର ସିଇଓ କହିଛନ୍ତି ।   କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଚୁଟି, ହାଡ଼ ଏବଂ ଫୁଲରୁ କାର୍ବନ ତତ୍ତ୍ବକୁ ଏକ ବିଶେଷ ମେସିନ ସାହାଯ୍ୟରେ ଅଲଗା କରାଯାଇ ଏହି ବିଶେଷ ହୀରା ତିଆରି କରାଯାଇଛି ।

  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.