ସୂନ୍ଦରଗଡ଼,୦୯/୦୮: ଭାରତୀୟ ହକି ଦଳରେ ଏକମାତ୍ର ଓଡ଼ିଆ ଖେଳାଳୀ ଭାବେ ସ୍ଥାନ ପାଇଥିଲେ ଅମିତ ରୋହିଦାସ । ସେମିଫାଇନାଲରେ ଜର୍ମାନୀ ଠାରୁ ଭାରତ ପରାସ୍ତ ହୋଇଥିଲା । ଗୁରୁବାର ବ୍ରୋଞ୍ଜ ପଦକ ପାଇଁ ସ୍ପେନ ସହ ଖେଲିଥିଲା ଭାରତ । ଏଥିରେ ଭାରତୀୟ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଛି । ଏହା ପରେ ଭାରତୀୟ ଦଳକୁ ସବୁ ମହଲରୁ ଶୁଭେଛାର ସୁଅ ଛୁଟିଛି । ଏନେଇ ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହ କଥା ହୋଇଛନ୍ତି । ଏଥି ସହିତ ରାଜ୍ୟ ସରକାର ଅମିତଙ୍କୁ ସ୍ଵତନ୍ତ୍ର ଭାବେ ୪ କୋଟି ଟଙ୍କା ଦେବାନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ତେବେ ଅମିତଙ୍କ ଜନ୍ମମାଟି ସୁନ୍ଦରଗଡ ବାଲିଷଙ୍କରା ବ୍ଲକ ସଉନାମୁରା ଗାଁରେ ଶୁକ୍ରବାର ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଅମିତଙ୍କ ମା’ ଗୋଲାପି ରୋହିଦାସ ପୁଅର ଖେଳ ପାଇଁ ବେଶ ଖୁସି ଅଛନ୍ତି । ଏହା ସହ ଆଗକୁ ଆହୁରି ଭଲ ଖେଳିବା ପାଇଁ ଆର୍ଶୀବାଦ ଦେଇଛନ୍ତି ଅମିତଙ୍କ ମା’ ।