ଭୁବନେଶ୍ଵର, ୦୨/୦୪ : ମର୍ଣ୍ଣିଂ ୱାକ୍ ବେଳେ ପାର୍କରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ସମୟ ପଚାରି ଦେହରେ ହାତ ମାରିଲେ ଅଟୋ ଚାଳକ। ଯୁବତୀ ପାଟି କରିବାରୁ ଘେରିଲେ ପବ୍ଲିକ୍। ଅଟୋ ଚାଳକଙ୍କୁ ଉତ୍ତମ ମାଧ୍ୟମ ଦେବା ପରେ ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବୁଦ୍ଧ ପାର୍କରେ ଘଟିଛି ଏଭଳି ଘଟଣା।
ସୂଚନାନୁଯାୟୀ, ବୁଦ୍ଧ ପାର୍କରେ ଜଣେ ଯୁବତୀ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ସେହି ସ୍ଥାନରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ସମୟ ପଚାରିଥିଲେ। ସମୟ ପଚାରିବା ବେଳେ ଯୁବତୀଙ୍କ ଦେହରେ ହାତ ମାରିଦେଇଥିଲେ ଅଟୋ ଚାଳକ। ପରେ ଯୁବତୀ ପାଟି କରିବାରୁ ଆଖପାଖରେ ଥିବା ଲୋକେ ଘେରି ଯାଇଥିଲେ ଏବଂ ଅଟୋ ଚାଳକକୁ ଉତ୍ତମମଧ୍ୟମ ଦେବା ପରେ ପୋଲିସ ଜିମା ଦେଇଥିଲେ। ଏହି ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।