ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାର ମହାମେଣ୍ଟରେ ସରିଲା ଆସନ ବୁଝାମଣା : ଆରଜେଡି ୨୬, କଂଗ୍ରେସ ୯ ଓ ବାମଦଳ ୫ ଆସନରେ ଲଢିବ ନିର୍ବାଚନ

ପାଟନା,୨୯।୩:  ବିହାରରେ ମହାମେଣ୍ଟ ଭିତରେ ସରିଲା ଆସନ ବୁଝାମଣା। ଯେଉଁଥିରେ ଆରଜେଡି ୨୬, କଂଗ୍ରେସ ୯ ଓ ବାମ ଦଳର ୫ଟି ଆସନରେ ନିର୍ବାଚନ ଲଢିବ। ଆରଜେଡି ନେତା ଅବଦୁଲ ବାରି ସିଦ୍ଧକିଙ୍କ ସହିତ କଂଗ୍ରେସ ଓ ବାମ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆସନ ବୁଝାମଣା ନେଇ ସହମତି ପ୍ରକାଶ ପାଇଛି। ବାମଦଳରେ ଭାକପାକୁ ଗୋଟିଏ ଆସନ ବେଗୁସରାଇ ଓ ମାକପାକୁ ଗୋଟିଏ ଆସନ ଖଗାଡିଆରୁ ଦିଆଯିବା ନେଇ ସହମତି ପ୍ରକାଶ ପାଇଛି। ସେଭଳି ଭାକପାକୁ ମାଲୋକୁ ତିନୋଟି ଆସନ ନାଳନ୍ଦା, ଆରା ଓ କାରାକାଟ୍ ଦିଆଯାଇଛି।

ଉଲ୍ଲେଖନୀୟ ଯେ, ଗତ କିଛି ଦିନ ହେବ ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ ଦିଲ୍ଲୀରେ ଚାଲିଥିଲା ମାନସ ମନ୍ଥନ। ଯାହାକି ଶେଷରେ ଆସନ ବୁଝାମଣା ନେଇ ସହମତିରେ ଶେଷ ହୋଇଛି। ସବୁଠାରୁ ଅଧିକ ଚିନ୍ତା ଗୋପାଳଗଞ୍ଜ, ବାଲ୍ମିକୀନଗର ଓ ଶିବହର ଆସନକୁ ନେଇ ରହିଥିଲା। ଦୁଇସ୍ତରୀୟ ବୈଠକରେ କଂଗ୍ରେସ ଓ ଆରଜେଡି ନେତାଙ୍କ ଭିତରେ ଚର୍ଚ୍ଚା ହୋଇଥିଲା। ଏହି ବୈଠକ ନୂଆଦିଲ୍ଳୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଗୁରୁବାର ହୋଇଥିଲା।

ଏହା ପୂର୍ବରୁ ଆରଜେଡିର ପ୍ରାୟ ୧୦-୧୫ ଆସନରେ ନିଜର ପ୍ରାର୍ଥୀଙ୍କୁ ଦଳୀୟ ଚିହ୍ନ ଦେଇସାରିଥିଲା। ଯାହାକୁ ନେଇ କଂଗ୍ରେସର ବହୁ ନେତା ବିରୋଧ କରିଥିଲେ। ତେବେ ସ୍ଥିତି ଏବେ କନଟ୍ରୋଲ ଅଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ଆସନରୁ ଭୋଟିଂ ହୋଇଥିଲା। ସେଥିରେ ଜମୁଇ,ନଓ୍ବାଦା, ଗୟା ଓ ଔରଙ୍ଗାବାଦ ରହିଛି। ଯେଉଁଥିରେ ଆରଜେଡି ପ୍ରାର୍ଥୀଙ୍କୁ ଦଳୀୟ ଚିହ୍ନ ଦିଆଯାଇଛି। ଏହାଛଡା ବାଙ୍କା ଓ ମୁଙ୍ଗେର ଲୋକସଭା ଆସନରୁ ମଧ୍ୟ ପ୍ରାର୍ଥୀଙ୍କୁ ଓହ୍ଲାଇ ଦିଆଯାଇଛି। 

ପାଟଳିପୁତ୍ରରୁ ମୀସା ଭାରତୀ, ସାରଣରୁ ରୋହିଣୀ ଆଚାର୍ଯ୍ୟ, ବକ୍ସରରୁ ସୁଧାକର ସିଂହ, ମୁଙ୍ଗେରରୁ ଅଶୋକ ମାହାତୋଙ୍କ ପତ୍ନୀ ଅନୀତା ଦେବୀ, ମହାରାଜଗଞ୍ଜରୁ ରଧିର ସିଂହ, ଜାହାନାବାଦରୁ ସୁରେନ୍ଦ୍ର ଯାଦବ, ଉଜିୟାରପୁରରୁ ଆଲୋକ ମେହେତା, ବାଙ୍କାରୁ ଜୟପ୍ରକାଶ ନାରାୟଣ ଯାଦବଙ୍କୁ ଟିକେଟ ଦିଆଯାଇଛି। ଘୋଷିତ ପ୍ରାର୍ଥୀଙ୍କ ଭିତରେ ୪ ଯାଦବ,ତିନିଜଣ କୁଶଓ୍ବାହ, ଦୁଇଜଣ ରାଜପୁତ, ପାସଓ୍ବାନ, ରବିଦାସ ଓ ଧାନୁକ ସମାଜରୁ ଜଣେ ଜଣେ ଧାନୁକ ଅଛନ୍ତି।

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.