ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

EVM ହ୍ୟାକ୍ କରି ଅଧିକ ଭୋଟ ଦେଇପାରିବି, ନେତାଙ୍କୁ ଅଢେଇ କୋଟି ଟଙ୍କା ଦାବି କରି ସେନାର ଯବାନ ଗିରଫ

ନୂଆଦିଲ୍ଲୀ,୮।୫: ଇଲୋଟ୍ରୋନିକ୍ସ ଭୋଟିଂ ମେସିନ୍ ବା ଇଭିଏମକୁ ହ୍ୟାକ୍  କରିବାକୁ ନେଇ ଅଢେଇ କୋଟି ଟଙ୍କା ଦାବି କରୁଥିବା ସେନା ଯବାନଙ୍କୁ ଗିରଫ କଲା ପୋଲିସ। ଏହି ମାମଲାର ମହାରାଷ୍ଟ୍ରର ସମ୍ଭାଜିନଗରରେ ଘଟିଛି। ଶିବସେନା ଉଦ୍ଧବ ବାଲାସାହେବ ଠାକରେଙ୍କ ନେତା ଅମ୍ବାଦାସ ଦାନଭେଙ୍କୁ ସେନାର ଯବାନ ଇଭିଏମ୍‌ ହ୍ୟାକିଂ ପାଇଁ ଏହି ଦାବି କରିଥିଲେ। ଅମ୍ବାଦାସ ଦାନଭେ  ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଏହାପରେ ସେନାର ଯବାନ ମାରୁତି ଧାକନେଙ୍କୁ ଗିରଫ କରାଯାଇଛି। ୪୨ ବର୍ଷୀୟ ମାରୁତି ଧାକନେ କହିଥିଲେ, ସେ ଏକ ଚିପ୍ ଯୋଗେ ଇଭିଏମ୍ ହ୍ୟାକ୍ କରିପାରିବେ।

ତାଙ୍କର କହିବା ଅନୁସାରେ, ଏହି ଚିପ୍‌ କୌଣସି ଖାସ୍ ପ୍ରାର୍ଥୀଙ୍କୁ ଅଧିକ ଭୋଟ ପାଇବାରେ ସାହାଯ୍ୟ କରିପାରେ। ପୋଲିସ ଗିରଫ କରିବା ପରେ ମାରୁତିକୁ ଯେତେବେଳେ ପଚରା ଉଚରା କରିଥିଲା ଜଣାପଡିଥିଲା ତାଙ୍କୁ କିଛି ଜଣାନାହିଁ।  ଋଣରେ ବୁଡିଥିବା କାରଣରୁ ସେ ଏହାକୁ ସୁଝିବାକୁ ଏଭଳି କରିଥିବାର କହିଛି। ଅମ୍ବାଦାସ ଦାନବେ ମହାରାଷ୍ଟ୍ର ବିଧାନ ପରିଷଦର ବିରୋଧି ଦଳ ନେତା। ପୋଲିସ କହିଛି, ଅଭିଯୁକ୍ତ ନିଜର ଋଣ ଟଙ୍କା ଫେରାଇବା ପାଇଁ ଏଭଳି ମିଛା କଥା କହିଥିଲେ।

ପୋଲିସର କହିବା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାୟ ୪ଟା ବେଳେ ଅଭିଯୁକ୍ତ ଏକ ବସ୍‌ ଷ୍ଟାଣ୍ଡ ନିକଟରେ ଥିବା ହୋଟେଲରେ ଅମ୍ବାଦାସଙ୍କ ସାନ ଭାଇ ରାଜେନ୍ଦ୍ର ଦାନଭେଙ୍କୁ ସାକ୍ଷାତ କରିଥିଲା। କଥାବାର୍ତ୍ତା ପରେ  ୧.୫ କୋଟି ଟଙ୍କାରେଡିଲ୍ ହୋଇଥିଲା। ଅମ୍ବାଦାସ ଦ୍ବାରା ଦିଆଯାଇଥିବା ସୂଚନା ଆଧାରରେ ସାଧା କପଡାରେ ପୋଲିସର ଏକ ଦଳକୁ ପଠାଯାଇଥିଲା ଓ ଅଭିଯୁକ୍ତକୁ ୧ ଲକ୍ଷ ଟଙ୍କା ନେବା ସମୟରେ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.