ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଲାଞ୍ଚ ନେଉଥିବା ବେଳେ ଏଏସଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ବାରିପଦା,୩୧/୮ : ଲାଞ୍ଚ ନେଉଥିବା ବେଳେ ବାରିପଦା ଟାଉନ୍ ଥାନା  ଏଏସଆଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏଏସଆଇ ଜଣକ ହେଲେ ରାମ ଚନ୍ଦ୍ର ସୋରେନ୍ l  ଏକ ମାମଲାରୁ ଜଣଙ୍କ ନାମ କାଟିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି।

ସୂଚନା ଅନୁଯାୟୀ, ବାରିପଦାର ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଏକ ପାରିବାରକ କଳହ ମାମଲା ବହୁ ଦିନ ହେବ ଥାନାରେ ପଡ଼ିରହିଥିଲା।ତଦନ୍ତକାରୀ ଅଫିସର (ଆଇଓ)ଭାବେ ରାମଚନ୍ଦ୍ର ସୋରେନ ଏହାର ତଦନ୍ତ କରୁଥିଲେ। ଏହି ମାମଲାରୁ ଶ୍ରୀ ଦତ୍ତଙ୍କ  ନାମ କାଟିବା ପାଇଁ ଏଏସଆଇ ଶ୍ରୀ ସୋରେନ  ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସ ବିଭାଗରେ ଜଣାଇଥିଲେ।  ପୂର୍ବ ଯୋଜନା ମୁତାବକ ଶନିବାର ବାରିପଦା ଟାଉନ ଥାନା ପରିସରରେ ରାମଚନ୍ଦ୍ର ୬ହଜାର ଟଙ୍କା  ଲାଞ୍ଚ ନେଇଥିବା ବେଳେ ବାରିପଦା ଭିଜିଲାନ୍ସ ଟିମ୍  ମାଡି ବସିଥିଲେ। ତାଙ୍କ ଠାରୁ ରାସାୟନିକ ମିଶ୍ରିତ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.