ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ପାକିସ୍ତାନରୁ ଦୁଇ ଦିବସୀୟ ଗସ୍ତ ପରେ ଭାରତ ଫେରିଲେ ବିସିସିଆଇ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, କହିଲେ କିଭଳି ଥିଲା ସେଠାର ସ୍ଥିତି ?

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ରୋଜର ବିନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତରୁ ଫେରିଛନ୍ତି। ଉଭୟ ଅମୃତସରର ଅଟାରୀ-ୱାଘା ବର୍ଡର ଦେଇ ଫେରି ଆସିଛନ୍ତି ପ୍ରତ୍ୟାବର୍ତ୍ତନ ସମୟରେ ବିନି ଏବଂ ରାଜୀବ କହିଛନ୍ତି ଯେ ଦୁଇ ଦିନିଆ ଯାତ୍ରା କେବଳ କ୍ରିକେଟ୍ ଦୃଷ୍ଟିକୋଣରୁ ହୋଇଛି। ଏଥିରେ କିଛି ବି ରାଜନୈତିକ ନଥିଲା।  ଏସିଆ କପ୍     ଏବଂ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କକୁ ଭଲ କରିବା ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ସୋମବାର ରୋଜର ବିନି ଏବଂ ରାଜୀବ ଶୁକ୍ଲା ୱାଗା ସୀମା ଦେଇ ପାକିସ୍ତାନରେ ପହଞ୍ଚିଥିଲେ। 


ରୋଜର ବିନି କହିଛନ୍ତି - ଏହାର ଅନୁଭୂତି ଖୁବ୍ ଭଲ ଥିଲା। ୧୯୮୪ରେ ଯେତେବେଳେ ଆମେ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲୁ ସେତେବେଳେ ସମାନ ପ୍ରକାରର ଆତିଥ୍ୟ ଆମକୁ ଦିଆଯାଇଥିଲା ଆମକୁ ସେଠାରେ ରାଜାମାନଙ୍କ ପରି ବ୍ୟବହାର କରାଯାଉଥିଲାତେଣୁ ଏହା ଆମ ପାଇଁ ଏକ ଭଲ ସମୟ ଥିଲା ଆମେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସମସ୍ତ ଅଧିକାରୀଙ୍କୁ ଭେଟିଥିଲୁ। ସେଠାକୁ ଆମେ ଯାଇଥିବାର ନିଷ୍ପତ୍ତିରେ ସେମାନେ ବହୁତ ଖୁସି ଥିଲେ

ସେଭଳି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି, ଏହା ଦୁଇ ଦିବସୀୟ ଗସ୍ତ ଥିଲା ଓ ଭଲ ଥିଲା। ରାଜ୍ୟପାଳ ଆମ ସମ୍ମାନରେ ରାତ୍ରିଭୋଜନ ଆୟୋଜନ କରିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ଲୋକଙ୍କ ଆତିଥ୍ୟ ଖୁବ୍ ଭଲ ଥିଲା। ତାଙ୍କର ଦାବି ଥିଲା ଦୁଇ ଦେଶ ଭିତରେ ଦ୍ବିପାକ୍ଷିକ ସିରିଜ୍ ଖେଳାଯାଉ। ଦୁଇ ଦେଶ ପରସ୍ପର ବିରୋଧରେ ଖେଳିବା ପୁଣିଥରେ ଆରମ୍ଭ କରିବା ଦରକାର। 

BCCI
Roger Binny

Copyright © 2022 - Summa Real Media Private Limited. All Rights Reserved.