ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାମଲଲାଙ୍କୁ ମାସକରେ ମିଳିଛି ୩୫୫୦ କୋଟି ଟଙ୍କାର ଦାନ, ୧୦ ଗୁଣା ବଢିଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୭।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍ଘାଟନ କରାଯାଇଛି। ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ବହୁ ସଂଖ୍ୟାରେ ଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମନ୍ଦିରରେ ଭକ୍ତମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଛି। ଲୋକମାନେ ଖୋଲା ହସ୍ତରେ ଦାନ କରୁଛନ୍ତି। ଦେଶ ତଥା ବିଦେଶରେ ଥିବା ରାମ ଭକ୍ତମାନେ ରାମଲଲା ଉପରେ ଟଙ୍କା ବର୍ଷା କରିଛନ୍ତି। ରାମଲଲାଙ୍କୁ କେବଳ ମାସକ ଭିତରେ ପ୍ରାୟ  ୩୫୫୦ କୋଟି ଟଙ୍କା ଦାନ କରିଛନ୍ତି।

ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ରର ଟ୍ରଷ୍ଟର ଦାୟିତ୍ୱରେ ଥିବା ପ୍ରକାଶ ଗୁପ୍ତା କହିଛନ୍ତି, ରାମ ମନ୍ଦିରର ଭୂମି ପୂଜନ ପରେ ନିଧି ସମର୍ପଣ ଅଭିଯାନ ଆରମ୍ଭ ହୋଇଥିଲା, ସେହି ଲକ ମାସ ଅଭିଯାନରେ ପ୍ରାୟ ୩୫୫୦ କୋଟି ଟଙ୍କାର ଦାନ ଆସିଛି।  ମୋଟ ଭାବରେ ୪୫୦୦ କୋଟି ଟଙ୍କାର ଧନରାଶି ଆସି ସାରିଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୦ ଗୁଣା ବଢିଛି।

ପ୍ରକାଶ ଗୁପ୍ତାଙ୍କ କହିବା ଅନୁସାରେ, ପ୍ରଥମେ ଅଯୋଧ୍ୟାରେ ୨୦୦୦୦ ଆଖପାଖର ଶ୍ରଦ୍ଧାଳୁଙ୍କ ସଂଖ୍ୟା ରାମଲଲାଙ୍କ ଦର୍ଶନ କରିବାକୁ ଆସୁଥିଲେ। କିନ୍ତୁ ଏବେ ମନ୍ଦିର ଉଦଘାଟନ ପରେ ଏଠାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ୧୦ ଗୁଣା ବଢିଯାଇଛି। ଭକ୍ତଙ୍କ ସଂଖ୍ୟା ବଢିବା ସହ ରାମ ମନ୍ଦିରକୁ ମିଳୁଥିବା ଦାନ ରାଶି ମଧ୍ୟ ବୃଦ୍ଧି ପାଇଛି। ରାମଲଲାଙ୍କ ଭକ୍ତ ସବୁବେଳେ ମନଖୋଲି ଦାନ ଦେଇଛନ୍ତି। ରାମ ମନ୍ଦିର ପାଇଁ କେବଳ ଦେଶରୁ ନୁହେଁ, ବିଦେଶରୁ ମଧ୍ୟ ବହୁ ପରିମାଣରେ ଚାନ୍ଦା ଆସୁଛି। ପ୍ରକାଶ ଗୁପ୍ତା କହିଛନ୍ତି, ଦିଲ୍ଲୀରେ ଆମ ଅଫିସ ଓ ଏନ୍‌ଆରଆଇ ବ୍ୟାଙ୍କ ରହିଛି। ବିଦେଶର ସବୁ ଟଙ୍କା ସେଠିକୁ ଆସିଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.