ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଭାରତ ବିପକ୍ଷ ଟେଷ୍ଟ ସିରିଜ: ଚେନ୍ନାଇରେ ବାଂଲାଦେଶ ଟିମ୍, ଆଜିଠୁ ଆରମ୍ଭ କରିବେ ଅଭ୍ୟାସ

ନୂଆଦିଲ୍ଲୀ, ୧୬/୦୯: ଘରୋଇ ଭାରତ ବିପକ୍ଷ ଦ୍ୱିପାକ୍ଷିକ  କ୍ରିକେଟ୍‌ ସିରିଜ ପାଇଁ ରବିବାର ବାଂଲାଦେଶ ଦଳ ଚେନ୍ନାଇରେ  ପହଞ୍ଚିଛି । ଅପରାହ୍ଣରେ  ବିମାନବନ୍ଦରରେ ପହଞ୍ଚିବା  ପରେ ଦଳକୁ କଡ଼ା ସୁରକ୍ଷାରେ  ଟିମ୍‌ ହୋଟେଲକୁ ନିଆଯାଇଥିଲା ।  ଆଜି ବାଂଲାଦେଶ  ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି  ଆରମ୍ଭ କରିବ । 

୧୯ ତାରିଖରୁ  ଚେନ୍ନାଇରେ ପ୍ରଥମ ଟେଷ୍ଟ ଆରମ୍ଭ  ହେବ । ସେହିପରି ଦ୍ୱିତୀୟ ଟେଷ୍ଟ  କାନପୁରରେ ଆସନ୍ତା ୨୭ରୁ  ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବ । ଏହାପରେ  ଉଭୟ ଦଳ ମଧ୍ୟରେ ୩ଟି ଟି-ଟ୍ୱେଣ୍ଟି (ଅକ୍ଟୋବର ୬, ୯,  ୧୨ତାରିଖ) ଖେଳାଯିବ । ଭାରତ ଗସ୍ତରେ ଆସିବା  ପୂର୍ବରୁ ବାଂଲାଦେଶ ଘରୋଇ  ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ଖେଳି  ସିରିଜ ମୂଳପୋଛ କରିଥିଲା । ନଜମୁଲ ହୋସେନ ଶାନ୍ତୋଙ୍କ ନେତୃତ୍ୱାଧିନ ଦଳ  ପ୍ରଥମ ଥର ପାକିସ୍ତାନ ବିପକ୍ଷରେ ଟେଷ୍ଟ  ସିରିଜ ବିଜୟ ହାସଲ କରିଥିଲା ।  

ଭାରତ ଗସ୍ତରେ ମଧ୍ୟ ଦଳ ଅନୁରୂପ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ଶାନ୍ତୋ କହିଛନ୍ତି, ଭାରତ ବିପକ୍ଷ ସିରିଜ  ଆମ ପାଇଁ ଆହ୍ୱାନପୂର୍ଣ୍ଣ ହେବ । ଭାରତ ଏକ ଶକ୍ତିଶାଳୀ ଦଳ । ଘରୋଇ ମାଟିରେ  ସେମାନଙ୍କୁ ହରାଇବା କାଠିକର ପାଠ  ହେବ । ତଥାପି ପାକିସ୍ତାନ ବିପକ୍ଷରେ ସିରିଜ ବିଜୟ ଆମ ମନୋବଳ ଦ୍ୱିଗୁଣିତ  କରିଛି । ଆମେ ସବୁ ବିଭାଗରେ ଶ୍ରେଷ୍ଠ  ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.