ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କଲା ବାଂଲାଦେଶ; ନୂଆ ବ୍ୟାଟରଙ୍କୁ ସୁଯୋଗ, ଟିମ୍‌ରୁ ବାଦ୍‌ ପଡ଼ିଲେ ଏହି ପେସର୍‌

Image source: Livehindustan

ନୂଆଦିଲ୍ଲୀ,୧୨/୦୯: ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଆଜି ଦଳ ଘୋଷଣା କରିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ । ନଜମୁଲ ହୁସେନ ସାଣ୍ଟୋଙ୍କ ନେତୃତ୍ଵାଧିନ ୧୬ ଜଣିଆ ଦଳ ଘୋଷଣା କରିଛି ବାଂଲାଦେଶ। ଚୟନକର୍ତ୍ତା ଜାକିର ଅଲୀଙ୍କୁ ସୁଯୋଗ ଦେଇଥିବା ବେଳେ ଶୋରଫୁଲ ଇସଲାମଙ୍କୁ ଦଳରୁ ବାଦ୍ ଦେଇଛନ୍ତି । ଅବଶ୍ୟ ଜାକିର ଏ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି।  ଦଳରେ ବରିଷ୍ଠ ଖେଳାଳି ଶାକିବ ଅଲ ହସନ, ଲିଟନ ଦାସ ଓ ମେହଦୀ ହାସନ ମିରାଜ ନିଜର ସ୍ଥାନ ବଜାୟ ରଖିଛନ୍ତି । 

ସେପ୍ଟେମ୍ବର ୧୯ ତାରିଖରେ ଚେନ୍ନାଇରେ ଖେଳାଯିବ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । ବାଂଲାଦେଶ ଏ‌ଥର ବେସ୍‌ ସନ୍ତୁଳିତ ଦଳ ଘୋଷଣା କରିଛି। ବୋର୍ଡ ଅନୁଭବୀ ଖେଳାଳିଙ୍କ ସହିତ ଯୁବ ଖେଳାଳିଙ୍କ ଉତ୍ତମ ସମନ୍ଵୟ ରଖିଛି। ବାଂଲାଦେଶ  ନିକଟରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ବିଜୟ ହାସଲ କରିଥିଲା । ପାକିସ୍ତାନକୁ ତାରି ଘରେ ୨-୦ରେ କ୍ଲିନ ସୁଇପ କରିଥିଲା ବାଂଲାଦେଶ । ଏବେ ଦଳ ଭାରତ ବିପକ୍ଷ ସିରିଜ୍ ପାଇଁ  ପ୍ରସ୍ତୁତ । ନଜମୁଲ ହୁସେନ ସାଣ୍ଟୋଙ୍କ ଦଳ ରୋହିତ ବାହିନୀଙ୍କୁ କଡା ଟକ୍କର ଦେଇପାରେ ।

ଦଳରେ ମହମୁଦୁଲ ହସନ, ଜାକିର ହସନ, ଶାଦନାମ ଇସଲାମ ଓ ମୋମିନୁଲ ହକଙ୍କୁ ମଧ୍ୟ ସୁଯୋଗ ମିଳିଛି । ବରିଷ୍ଠ ଓ୍ଵିକେଟ୍ କିପର ମୁଶଫିକର ରହିମ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଜାକିର ଅଲ୍ଲୀଙ୍କୁ  ବୋର୍ଡ ଜାତୀୟ ଦଳରେ ସୁଯୋଗ ଦେଇଛି । ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିବାର ସୁଯୋଗ ରହିଛି। 

ବାଂଲାଦେଶ କ୍ରିକେଟ୍ ଦଳ: 

ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ମହମୁଦୁଲ ହସନ ଜୟ, ଜାକିର ହସନ, ଶାଦନାମ ଇସଲାମ, ମୋମିନୁଲ ହକ, ମୁସଫିକର ରହିମ, ଶାକିବ ଅଲ ହସନ, ଲିଟନ ଦାସ, ମେହଦି ହସନ ମିରାଜ, ତୈଜୁଲ ଇସଲାମ, ନଇମ ହସନ, ନାହିଦ ରାଣା, ହସନ ମହମୁଦ, ତସ୍କିନ ଅହମ୍ମଦ, ସୈୟଦ ଖାଲିଦ ଅହମ୍ମଦ, ଜେକର ଅଲ୍ଲୀ ଅନିକ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.