ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

‘ଭାରତ କା ଅମୃତ କଳସ’: ଶେଷ ରାଉଣ୍ଡରେ ‘କୋଠ ଭୋଗଖିଆ’ ଗାଇ ବର୍ଣ୍ଣାଳି ଦ୍ୱିତୀୟ ରନର୍ସଅପ୍

ଭୁବନେଶ୍ୱର,୨୬/୦୮: ମଞ୍ଚ ପ୍ରବେଶ  ପରେ ନିଜ ଚିରାଚରିତ ଶୈଳୀରେ ‘ନୀଳାଦ୍ରୌ  ଶଙ୍ଖମଧ୍ୟେ ଶତଦଳ କମଳେ’ ଗୀତ ମାଧ୍ୟମରେ  ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ । ଏହାପରେ  ସ୍ୱର୍ଗତ ଭିକାରୀ ବଳଙ୍କ ‘କୋଠ ଭୋଗଖିଆ ମୋ  ଚକାଆଖିଆ..ଉଠହେ ପହଡ଼ ଭାଙ୍ଗି..’ ଗୀତ ପରିବେଷଣ କରିଥିଲେ । ଡିଡି ନାସନାଲ୍‌ରେ  ପ୍ରସାରିତ ‘ଭାରତ କା ଅମୃତ କଳସ’  ରିୟଲିଟି ସୋ’ର ଫାଇନାଲରେ ପାଦ  ଥାପିଥିବା ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତା  ଏହି ଗୀତ ଗାଇ ନିଜ ଫାଇନାଲ ରାଉଣ୍ଡ  ଆରମ୍ଭ କରିଥିଲେ । ହେଲେ ଅଳ୍ପକେ ସେ  ବିଜେତା ଆଖ୍ୟାରୁ ବଞ୍ଚିତ ହୋଇଛନ୍ତି ।  ତାଙ୍କୁ ସେକେଣ୍ଡ ରନର୍ସଅପ୍‌ରେ ସନ୍ତୁଷ୍ଟ  ହେବାକୁ ପଡିଛି । ଏଥିସହ ଦୀର୍ଘ  ୬ ମାସ ଧରି ଚାଲିଥିବା ଏହି  ପ୍ରଥମ ଲୋକସଙ୍ଗୀତ କାର୍ଯ୍ୟକ୍ରମ ରବିବାର ଶେଷ  ହୋଇଛି । ରାଜସ୍ଥାନର ଅନୀତା ଡାଙ୍ଗୀ ଏଥିରେ ବିଜେତା  ହୋଇଥିବା ବେଳେ ମହାରାଷ୍ଟ୍ରର ସିଦେ୍ଧଶ ଯାଦବ ପ୍ରଥମ  ରନର୍ସଅପ୍‌ ହୋଇଛନ୍ତି । 




ସୋ’ରେ ଓଡ଼ିଶାର କାଳଜୟୀ ଲୋକସଙ୍ଗୀତ ଓ  ଭଜନକୁ ନିଜସ୍ୱ ଢଙ୍ଗରେ ଗାଇ ଭାରତର ଅଗଣିତ  ପ୍ରଶଂସକଙ୍କ ମନ ଜିଣିପାରିଛନ୍ତି ବର୍ଣ୍ଣାଳି। ଏ ଅବସରରେ  ବର୍ଣ୍ଣାଳି କହିଛନ୍ତି, ମୋର ଏହି ଯାତ୍ରା ସମୟରେ ଅଦମ୍ୟ  ସମର୍ଥନ ଏବଂ ସୀମାହୀନ ପ୍ରେମ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ । ଏକ ଜାତୀୟ ପ୍ଲାଟଫର୍ମରେ ଓଡ଼ିଶାର ସମୃଦ୍ଧ  ତଥା ଜୀବନ୍ତ ଲୋକ ପରମ୍ପରାକୁ ପ୍ରତିନିଧିତ୍ୱ କରିବା  ଏକ ଅବିଶ୍ୱସନୀୟ ସମ୍ମାନ। ମୁଁ ଆମ ଗୌରବମୟ  ସଂସ୍କୃତିକୁ ପ୍ରତ୍ୟେକ ପର୍ଯ୍ୟାୟରେ ବହନ କରିଛି ।  ଶେଷରେ ସେ ‘ଭାରତ କା ଅମୃତ କଳସ’ର  କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।   

ପ୍ରକାଶଥାଉକି, ପ୍ରଥମ ଥର ପାଇଁ ଦେଶର  ଲୋକସଙ୍ଗୀତଗୁଡିକୁ ନେଇ ଚଳିତବର୍ଷ ଫେବ୍ରୁଆରୀ  ମାସରେ ଆରମ୍ଭ ହୋଇଥିଲା ‘ଭାରତ କା ଅମୃତ କଳସ’  ରିୟଲିଟି ସୋ’ । ଓଡ଼ିଶାରୁ ଗାୟିକା ଭାବେ ବର୍ଣ୍ଣାଳି ଏଥିରେ  ଭାଗନେଇଥିଲେ । ପ୍ରାରମ୍ଭରେ ସେ ‘ହାଏ କୃଷ୍ଣ’ ଗୀତରୁ  ନିଜ ଯାତ୍ରା ଆରମ୍ଭ କରିଥିଲେ । ତେବେ ବର୍ଣ୍ଣାଳିଙ୍କୁ ଅଧିକ  ଲୋକପ୍ରିୟ କରାଇଥିଲା ‘ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ’  ଗୀତ । ଏହି ଗୀତ ପରେ ସେ ସାମାଜିକ ଗଣମାଧ୍ୟମରେ  ଅଜସ୍ର ପ୍ରଶଂସା ସାଉଁଟିଥିଲେ । ଏଥିସହ ସେ ‘ଫୁର  କିନା ଉଡ଼ିଗଲା ବଣି’, ‘ବଜାରେ ବାଜାବାଲା’, ‘ଦେଖ  ଲୋ ସଙ୍ଗାତ’ ସହ ‘କୋଠ ଭୋଗ ଖିଆ’ ଭଳି ଗୀତ  ଗାଇଥିଲେ । ବିଭିନ୍ନ ସମୟରେ ମଞ୍ଚରେ ମହାଗୁରୁ ତଥା  ଗାୟକ କୈଳାସ ଖେରଙ୍କ ସମେତ ବିଚାରକ ଦେବୋଜିତ୍‌  ସାହା, ଗାୟତ୍ରୀ ଅଶୋକନ ଓ ସ୍ନେହା ଖନାୱଲକର  ବର୍ଣ୍ଣାଳିଙ୍କୁ ପ୍ରଶଂସା କରିଥିଲେ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.