ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ

ଭୁବନେଶ୍ୱର,୦୨/୦୫: ଆଜି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ନାମାଙ୍କନ ପତ୍ର ଦାଖଲ କରିବେ । ଭୁବନେଶ୍ୱରର ବିରାଟ ରାଲିରେ ବାହାରି ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । 

ବିଜେପି ପକ୍ଷରୁ ବରମୁଣ୍ଡାରୁ ଏକ ବିଶାଳ ରାଲି ବାହାରିବ । ଏଥିରେ ମହିଳା ଓ ଯୁବ ବିଜେପି କର୍ମକର୍ତ୍ତା ବାଇକ୍‌ ରାଲି କରିବେ । ସକଳା ୯ଟା ବେଳେ ରାଲି ଭୁଆଶୁଣି ମନ୍ଦିର ପାଖରେ ପହଞ୍ଚିବ । ପରେ ସକାଳ ୧୦ାଟା ୩୦ରେ ଗୀତା ଭବନ ପଡିଆରେ ରାଲି ପହଞ୍ଚିବାର କର୍ଯ୍ୟକ୍ରମ ରହିଛି । ଅପରାଜିତା ଖୋର୍ଦ୍ଧାରେ ବିଶାଳ ରାଲିରେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିବେ । ଏଥିରେ ବିଜେପିର ବରିଷ୍ଠ ନେତା, କର୍ମୀ ଓ ଜନସାଧାରଣ ଯୋଗ ଦେବେ । 

ସେହିପରି ବିଜେଡି ପ୍ରାର୍ଥୀ ମନ୍ମଥ ମଧ୍ୟ ବିଶାଳ ରାଲିରେ ସେହିଦିନ ପ୍ରାର୍ଥିପତ୍ର ଦାଖଲ କରିବେ । ଯଦିଓ ମନ୍ମଥଙ୍କ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇନି, ମାଉସୀ ମା ମନ୍ଦିର ନିକଟରୁ ରାଲି ବାହାରି ଜଟଣୀ ଦେଇ ଖୋର୍ଦ୍ଧାରେ ପହଞ୍ଚିବ । ଉଭୟଙ୍କ ରାଲିରେ କମ୍ପିବ ଭୁବନନେଶ୍ୱର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.