ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେଣ୍ଟ ଟଳିବା ପରେ ଚମ୍ପୁଆରେ ସନାତନ ସସପେନ୍ସ, ମନେଇବାକୁ ଲାଗିପଡିଛନ୍ତି ବିଜେଡି ଓ ବିଜେପି

କେନ୍ଦୁଝର,୩୦/୦୩: ବିଜେଡି-ବିଜେପି ମେଣ୍ଟ ନହେବାରୁ ଏବେ ସବୁ ଦଳର ନଜର ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଉପରେ ରହିଛି । ଉଭୟ ଦଳ ସନାତନଙ୍କୁ ଏବେ ମନେଇବାରେ ଲାଗିଥିବା ଜଣାପଡିଛି ।  ଫଳରେ ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନରେ ବିଳମ୍ବ ଘଟୁଥିବା କୁହାଯାଉଛି । 

ସାରା ଜିଲ୍ଲାରେ ଏବେ ବି ସନାତନ ମହାକୁଡଙ୍କ ଦବ୍‌ଦବା ରହିଛି । ଚମ୍ପୁଆ ସହିତ ତେଲକୋଇ, ପାଟଣା ଓ ସଦର ନିର୍ବାଚନ ମଣ୍ଡଳୀ ସହିତ ପଡୋଶୀ  ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସନାତନଙ୍କ ସମର୍ଥକ ରହିଛନ୍ତି । କ୍ଷମତାରେ ନଥାଇ ମଧ୍ୟ ଚାଷୀଙ୍କୁ ମାଗଣା ବିହନ ବଣ୍ଟନ କରିବା, ଶୀତ ଦିନରେ କମ୍ବଳ ସହିତ ଅସହାୟଙ୍କ ଚିକିତ୍ସା ଦାୟିତ୍ୱ ତୁଲାଇ  ଆସୁଥିବାରୁ ସନାତନଙ୍କ ସମର୍ଥକ ଅପରିବର୍ତ୍ତିତ ରହିଛନ୍ତି । ଗତ ନିର୍ବାଚନରେ  ସନାତନଙ୍କୁ ଲଢ଼ିବାର ବିଜେଡି ସୁଯୋଗ  ଦେଇନଥିଲା । କେନ୍ଦୁଝର ଲୋକସଭା  ଓ ଚମ୍ପୁଆ ବିଧାନସଭାରେ ସନାତନଙ୍କ ପ୍ରାର୍ଥୀଙ୍କୁ ବିଜେଡି ଟିକଟ୍‌ ଦେଇଥିଲା ।  ଫଳରେ ଲୋକସଭାରେ ୬୬ ହଜାର  ଭୋଟ ବ୍ୟବଧାନରେ ଲୋକସଭା ପ୍ରାର୍ଥୀ  ବିଜୟୀ ହୋଇଥିଲେ । ସନାତନ ସମର୍ଥନ କରିଥିବାରୁ ଚମ୍ପୁଆ, ତେଲକୋଇରେ  ଅଳ୍ପ ଭୋଟ ବ୍ୟବଧାନରେ ବିଜେଡି  ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ ।  ସଦର ଆସନରେ ମାତ୍ର ୧୨ ଶହ  ଭୋଟ ବ୍ୟବଧାନରେ ବିଜେଡି ପଛୁଆ  ରହିଥିଲା । ତେଣୁ ସନାତନଙ୍କ ସମର୍ଥନ ନମିଳିଲେ ଏଥର ନିର୍ବାଚନ ବୈତରଣୀ ପାରି ହେବା ଉଭୟ ବିଜେଡି ଓ ବିଜେପି  ନେତା ଆକଳନ କରୁଛନ୍ତି । ବିଜେପିର  ଗୋଟିଏ ଗୋଷ୍ଠୀ ସନାତନଙ୍କୁ ଭେଟି  ସମର୍ଥନ ଭିକ୍ଷା କରିଥିବା ବେଳେ  ବିଜେଡି ମଧ୍ୟ ସନାତନଙ୍କ ଉପରେ  ଚାପ ପକାଇ କୌଣସି ପ୍ରକାରରେ  ମନେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ  ଚଳାଇଛି । ସନାତନ ନିଜର ଆଭିମୁଖ୍ୟ  ସ୍ପଷ୍ଟ କରିନଥିଲେ ମଧ୍ୟ ସେ ନିଜେ ଚମ୍ପୁଆ ଆସନରୁ ଲଢ଼ିବାକୁ ଆଗ୍ରହୀ ରହିଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.