ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବିଜେପିକୁ ମିଳିପାରେ ୨୨୦ ଆସନ, ଗଠନ ହେବନି ବିଜେପି ସରକାର : କେଜ୍ରିଓ୍ବାଲ

Published By : Prameya | May 12, 2024 1:02 PM

ନୂଆଦିଲ୍ଲୀଗତକାଲି (ଶନିବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଘୋର ଆକ୍ରମଣ କରିଛନ୍ତି । କହିଛନ୍ତି ଯେ, ଚଳିତ ଲୋକସଭା ନିର୍ବାଚନରେ ଶାସକ ଦଳ ୨୨୦-୨୩୦ ରୁ ଅଧିକ ଆସନ ପାଇବ ନାହିଁ । ଅନ୍ତରୀଣ ଜାମିନରେ ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ମୁଖ୍ୟାଳୟରେ କହିଛନ୍ତି ଯେ, ଜେଲରୁ ମୁକୁଳିବା ପରେ ଗତ ୨୦ ଘଣ୍ଟା ମଧ୍ୟରେ ମୁଁ ନିର୍ବାଚନ ବିଶେଷଜ୍ଞ ଏବଂ ଲୋକଙ୍କ ସହ କଥା ହୋଇ ଜାଣିଲି ଯେ ବିଜେପି ସରକାର ଗଠନ କରିପାରିବ ନାହିଁ । 

କେଜ୍ରିୱାଲ କହିଛନ୍ତି ଯେ, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ବିଜେପିର ଲୋକସଭା ଆସନ ହ୍ରାସ ପାଇବ । ସେ କହିଛନ୍ତି, “କୌଣସି ରାଜ୍ୟରେ ସେମାନଙ୍କର ଆସନ ବୃଦ୍ଧି ପାଇବ ନାହିଁ। ଏହା ମୋର ବିଶ୍ଳେଷଣ ଏବଂ ରାଜନୈତିକ ବିଶ୍ଳେଷକ ମାନେ ମଧ୍ୟ କହୁଛନ୍ତି ଯେ, ବିଜେପି ୨୨୦-୨୩୦ରୁ ଅଧିକ ଆସନ ପାଇବ ନାହିଁ । କେଜ୍ରିୱାଲ ଦାବି କରିଛନ୍ତି ଯେ ଜୁନ୍ ୪ରେ ମୋଦି ସରକାର ଗଠନ ହେଉନାହିଁ । ସେ ଆହୁରି ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ ଯେତେବେଳେ ଇଣ୍ଡିଆ ମେଣ୍ଟର ସରକାର ଗଠନ ହେବ, ସେତେବେଳେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ।

କେଜ୍ରିୱାଲଙ୍କ ଏହି ଦାବି ଉପରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କେଜ୍ରିୱାଲଙ୍କୁ ଜବାବ ଦେଇଛନ୍ତି । କହିଛନ୍ତି ଯେ କେଜ୍ରିୱାଲ ତାଙ୍କ ଦଳର (ବିଜେପି) ଉତ୍ତରାଧିକାରୀ ବିଷୟରେ କହୁଛନ୍ତି, କିନ୍ତୁ ଅର୍ଥ ହେରଫେର ଅଭିଯୋଗରେ ଜେଲରେ ଥାଇ ମଧ୍ୟ ସେ କୌଣସି AAP ସହଯୋଗୀଙ୍କୁ ବିଶ୍ବାସ କରୁନାହାଁନ୍ତି, ଯାହାକୁ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବେ ।

ତ୍ରିବେଦୀ କହିଛନ୍ତି ଯେ କେଜ୍ରିୱାଲ ପ୍ରଶାନ୍ତ ଭୂଷଣ, ଯୋଗେନ୍ଦ୍ର ଯାଦବ, କୁମାର ବିଶ୍ୱାସ ଏବଂ କିରଣ ବେଦୀଙ୍କ ଭଳି ସହକର୍ମୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଏବଂ ରାଜନୀତିରେ ପ୍ରବେଶ କରିବା ସମୟରେ ସେ ଏମାନଙ୍କ ସମର୍ଥନ ଲୋଡିଥିଲେ । ଏ ବାବଦରେ ସେ କଣ କହିବେ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.