ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରଦାରେ କ୍ରିକେଟ ଖେଳିବେ ଅଜୟ ଦେବଗନ, ଏହି କ୍ରିକେଟରଙ୍କ ଭୂମିକାରେ ଆସିବେ ନଜର

ନୂଆଦିଲ୍ଲୀ, ୧/୬: ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ନିର୍ମାତା  ତିଗ୍‌ମାଂଶୁ ଧୁଲିଆ  ଖୁବ୍ ଶୀଘ୍ର କ୍ରୀଡା ଉପରେ ଆଧାରିତ ଏକ ଫିଲ୍ମ ଆଣିବାକୁ ଯାଉଛନ୍ତି। କ୍ରିକେଟରଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଲିଉଡ୍‌ର ସିଙ୍ଘମ୍ ଅଜୟ ଦେବଗନ୍। ତେବେ କ୍ରିକେଟରଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ କ୍ରିକେଟ୍ ଟିମ୍‌ର ପ୍ରଥମ ଦଳିତ ଖେଳାଳି ଭୂମିକାରେ ଭିନ୍ନ ଶୈଳୀରେ ଦେଖିବାକୁ ମିଳିବ।

ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ରର କାହାଣୀ ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହା ଲେଖିଛନ୍ତି। ଗୁହା ନିଜେ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏ କର୍ଣ୍ଣର ଅଫ ଏ ଫରେନ ଫିଲ୍ମଡ ନାମକ ବହିରୁ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରକୁ ତିଗ୍‌ମାଂଶୁ ଧୁଲିଆ  ଏକ ଭିନ୍ନ ଢଙ୍ଗରେ ଏହାକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ପ୍ରଥମ ଦଳିତ କ୍ରିକେଟର ବାଲୁ ପାଲଭଙ୍କର ଏବଂ ତାଙ୍କ ଭାଇମାନଙ୍କ କାହାଣୀ ଏହି ଚଳଚ୍ଚିତ୍ରରେ ବହୁତ ସୁନ୍ଦର ଭାବରେ ଉପସ୍ଥାପିତ ହେବ । ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଅଭିନେତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।  ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ହେଉଥିବା ଏହି ପୋଷ୍ଟରକୁ ଫିଲ୍ମ ପ୍ରଡ୍ୟୁସର ପ୍ରୀତି ସିହ୍ନା ରିପୋଷ୍ଟ କରି ଅଜୟ ଦେବଗନଙ୍କ ଫିଲ୍ମର ଖୁଲସା କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.