ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଣ୍ଡନର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ କିଙ୍ଗ ଚାର୍ଲ୍ସ ତୃତୀୟ

ନୂଆଦିଲ୍ଲୀ: କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ ଲଣ୍ଡନର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୭୫ବର୍ଷିୟ ବ୍ରିଟିଶ ରାଜା ପ୍ରୋଷ୍ଟେଟ ଅସ୍ତ୍ରୋପଚାର ହେବେ । ଲଣ୍ଡନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କିଙ୍ଗ ଚାର୍ଲ୍ସଙ୍କୁ କେତେ ଦିନ ପାଇଁ ଭର୍ତ୍ତି କରାଯାଇଛି ସେ ନେଇ ବକିଂହାମ ପ୍ୟାଲେସ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ । ଶୁକ୍ରବାର ଦିନ ବ୍ରିଟେନର ରାଜାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟରେ ବକିଙ୍ଗହମ୍ ପ୍ୟାଲେସ୍ ସୂଚନା ଦେଇଛି । 

ଶୁକ୍ରବାର ଭାରତ ମଧ୍ୟ ଏହାର ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିଛି । ଏହି ଅବସରରେ କିଙ୍ଗ ଚାର୍ଲ୍ସ ଭାରତୀୟ ମାନଙ୍କୁ ଅଭିବାଦନ ଜଣାଇଥିଲେ । ସେ କହିଛନ୍ତି ଯେ ବ୍ରିଟେନର ଏବଂ ଭାରତର ଲୋକଙ୍କ ସହ ମିଶି ଦୁନିଆର ସବୁଠୁ ଚ୍ୟାଲେଞ୍ଜର ମୁକାବିଲା ପାଇଁ ସେ ଆଶା କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ବାର୍ତ୍ତାରେ ବ୍ରିଟିଶ ରାଜା କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଥିବା 'ଘନିଷ୍ଠ ସମ୍ପର୍କ'କୁ ସେ ଗୁରୁତ୍ୱ ଦେଉଛନ୍ତି । ସେ କହିଛନ୍ତି ଯେ, ଆମର ସମ୍ପର୍କ ଆହୁରି ଆଗକୁ ବଢିବ ବୋଲି ସେ ନିଶ୍ଚିତ ଅଛନ୍ତି । କମନୱେଲଥ ଦେଶଗୁଡ଼ିକ ଏକଜୁଟ ରହିବେ ବୋଲି ତାଙ୍କର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.