ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାଲ୍‌କୋ ଛକରେ ଓଭରଟେକ୍‌ ବେଳେ ରାସ୍ତା କଡ଼ରେ ଧକ୍କା ହେଲା କାର୍, ୩ ଯୁବତୀ ଓ ଚାଳକ ଆହତ

ଚନ୍ଦ୍ରଶେଖରପୁର,୩୧/୦୩: ଦୁର୍ଘଟଣାପ୍ରବଣ ନାଲେ୍‌କା  ଛକରେ ପୁଣି ଶନିବାର ରାତିରେ ଘଟିଛି ଏକ ଦୁର୍ଘଟଣା । ଏକ ଟ୍ରକକୁ ଧକ୍କା ଦେଇଛି ଏକ କାର୍‌ । ଫଳରେ କାର୍‌ରେ ବସିଥିବା ୩ ଯୁବତୀ  ଓ ଚାଳକ ଆହତ ହୋଇଛନ୍ତି । ମୈତ୍ରୀବିହାର ଥାନା ପୁଲିସ  ଆହତଙ୍କୁ ଡାକ୍ତରଖାନାକୁ ପଠାଇବା ସହ ଗାଡି ଦୁଇଟିକୁ ଜବତ କରିଛି । କାର୍‌ ଚାଳକଙ୍କ ଭୁଲ୍‌ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । 

ସୂଚନା ମୁତାବିକ, ଶନିବାର ସମୟ ରାତି ପ୍ରାୟ ୧୧ଟା ହେବ । ଟାଟା ଅଲଟୋଜ୍‌ କାର୍‌ଟି ଜୟଦେବବିହାରରୁ ନନ୍ଦନକାନନ ଦିଗରେ ଯାଉଥିଲା । ନାଲ୍‌କୋ ଛକରେ ସମାନ ଦିଗରେ ଏକ ଟ୍ରକ୍‌ ମଧ୍ୟ ଯାଉଥିଲା । କାର୍‌ଟି ଟ୍ରାଫିକ୍‌ ଛକରେ ଟ୍ରକକୁ ଓଭରଟେକ୍‌ କରି ଆଗରୁ ଯିବା ସମୟରେ କଡ଼ରେ ଧକ୍କା ହୋଇ ଗାଡିଟି ବୁଲି ଯାଇଥିଲା ।  ଗାଡ଼ିର ବେଗ ଅଧିକ ଥିବାରୁ କାର୍‌ର ଆଗ ବନେଟ୍‌ ଚୁରମାର୍‌ ହୋଇଯାଇଥିଲା। ଦୁର୍ଘଟଣା ପରେ ଉକ୍ତ ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା । କାର୍‌ରୁ ଯୁବତୀମାନେ ଓହ୍ଲାଇ ହୋହଲ୍ଲା କରିଥିଲେ । ଯାହାକୁ ନେଇ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଥିଲା । ପୁଲିସ ପହଞ୍ଚି ଗାଡିଗୁଡିକୁ ରାସ୍ତାରୁ ହଟାଇଥିଲା । କିଛିଦିନ ପୂର୍ବରୁ ଏହି ଛକରେ ଦୁଇଟି କାର ମୁହାଁ ମୁହିଁ ଧକ୍କା ହୋଇଥିଲା । ରାତି ସମୟରେ ଟ୍ରାଫିକ୍‌ ସିଗନାଲ ବନ୍ଦ ରହୁଥିବାରୁ ଏମିତି ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.