ପ୍ରମୂଖ ଖବର

ବାଇକକୁ ଧକ୍କା ଦେଲା କାର ,ବାଇକ ଚାଳକ ମୃତ

ଖଲ୍ଲିକୋଟ ,୧୩।୪ : ଖଲ୍ଲିକୋଟ ଥାନା ଅଧୀନସ୍ଥ ଭେଜିପୁଟ ପୋଲିସ ଫାଣ୍ଡି ସମ୍ମୁଖରେ ଏକ କାର ଧକ୍କାରେ ଜଣେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଛି। ମୃତକ ସେହି ଭେଜିପୁଟ ଗ୍ରାମ ର ପ୍ରମୋଦ ସାମନ୍ତରାୟ । ପ୍ରମୋଦ ଶୁକ୍ରବାର ଅପରାହ୍ନରେ ଏକ ବାଇକ( ନଂଓଡି୦୭ପି୩୦୧୫)

 

ଯୋଗେ ନିଜ ଘରୁ ବାହାରି କୁକୁଡ଼ା ଫାର୍ମ କୁ ଯିବାପାଇଁ ଭେଜିପୁଟ ଫାଣ୍ଡି ସମ୍ମୁଖରେ ରାସ୍ତା ପାର ହେଉଥିଲେ।  ଏହି ସମୟରେ  ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ କାର ( ନଂ ଟିଏସ୨୩ଏ୧୧୧୬) ବାଇକ ଟିକୁ ଶକ୍ତ ଧକ୍କା ଦେଇ ଥିଲା । ଯାହା ଫଳରେ ବାଇକ ସହ ପ୍ରମୋଦ ୧୦ ଫୁଟ ଉପରକୁ ଉଠି ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କର ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର  ସ୍ଥାନାନ୍ତର କରାଯାଇଥିଲା । ତେବେ ଭୁବନେଶ୍ୱର ଯିବା ରାସ୍ତାରେ ପ୍ରମୋଦଙ୍କ ମୃତ୍ୟୁ ଘଟି ଥିଲା । ପରେ ତାଙ୍କୁ ପୁଣି ରାତି ୧୨ ଟା ସମୟରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯିବା ସହ ଏ ସମ୍ପର୍କରେ ଭେଜିପୁଟ ଫାଣ୍ଡିରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ପ୍ରମୋଦଙ୍କ ମୃତ ଦେହ ଖଲ୍ଲିକୋଟ ମେଡ଼ିକାଲ ଶବ ଗୃହରେ ଥିବା ବେଳେ ଆଜି ଫାଣ୍ଡି ପୋଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା।ଦୁର୍ଘଟଣା ଗ୍ରସ୍ତ କାର ଓ ବାଇକ କୁ ପୋଲିସ ଜବତ କରିଥିବା ବେଳେ କାର ଡ୍ରାଇଭର କୁ ଗିରଫ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.