ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଗହମ, ଅଟା ଦର ଉପର ମୁହାଁ, କଳାବଜାରୀକୁ ରୋକିବା ମହଜୁଦ ସୀମା ଲାଗୁ କଲେ କେନ୍ଦ୍ର ସରକାର

Published By : Prameya | June 25, 2024 12:06 PM

ନୂଆଦିଲ୍ଲୀ, ୨୫/୦୬:  କଳାବଜାରୀକୁ ରୋକିବା ଏବଂ ଦରଦାମ  ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗହମ  ମହଜୁଦ ସୀମା ନିର୍ଦ୍ଧାରଣ କରିଛନ୍ତି । ଏହା  ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଟ୍ରେଡର୍ସ,  ପାଇକାରୀ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ,  ବଡ ଚେନ୍‌ ରିଟେଲର ଏବଂ ପ୍ରୋସେସରଙ୍କ  ପାଇଁ ଲାଗୁ ହେବ । ୨୦୨୫ ମାର୍ଚ୍ଚ ୩୧ ଯାଏ  ଏହା ବଳବତ୍ତର ରହିବ ।  

କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା  କହିଛନ୍ତି, ପାଇକାରୀ ବ୍ୟବସାୟୀ ମାନେ  ନିଜ ପାଖରେ ୩ ହଜାର ଟନ୍‌ ଗହମ  ରଖିପାରିବେ । ସେହିଭଳି ପ୍ରୋସେସର  ମାନେ ସେମାନଙ୍କ ପ୍ରୋସେସିଂ କ୍ଷମତାର  ୭୦% ଯାଏ ଗହମ ରଖିପାରିବେ । ବିଗ୍‌  ଚେନ୍‌ ରିଟେଲର ମାନେ ଆଉଟଲେଟ ପିଛା  ୧୦ଟନ୍‌ ଏବଂ ମୋଟ ସୀମା ୩ ହଜାର ଟନ୍‌  ରହିବ । 

ଏକକ ଖୁଚୁରା ବ୍ୟବସାୟୀଙ୍କ ପାଇଁ  ଏହା ୧୦ ଟନ୍‌ ରହିବ ।  ଏକକ ରିଟେଲର, ବଡ ଚେନ  ରିଟେଲର, ପ୍ରୋସେସର ଏବଂ ପାଇକାରୀ ବ୍ୟବସାୟୀ ମାନେ ପ୍ରତି ଶୁକ୍ରବାର ନିଜ  ପାଖରେ ରଖିଥିବା ଗହମ ଗଛିତ ସୀମା  ଉପରେ ସୂଚନା ଦେବେ । ଗହମ ରପ୍ତାନି  ଉପରେ ଏବେ କୌଣସି କଟକଣା ନାହିଁ ।  

ଗତ ବର୍ଷ ତୁଳନାରେ ଗହମ ଓ ଅଟାର  କିଲୋପିଛା ଦର ୨ ଟଙ୍କା ବଢ଼ିଛି । ୨୦ ଜୁନ  ସୁଦ୍ଧା ଗହମର ଖୁଚୁରା ମୂଲ୍ୟ ୩୦.୯୯ ଟଙ୍କା ରହିଛି । ଏହା ଗତ ବର୍ଷ ସମାନ ସମୟରେ  ୨୮.୯୫ ଟଙ୍କା ଥିଲା । ସେହିଭଳି ଅଟାର  କିଲୋପିଛା ଦର ୩୪.୨୯ ଟଙ୍କାରୁ ବୃଦ୍ଧି  ହୋଇ ୩୬.୧୩ ଟଙ୍କା ଛୁଇଁଛି ।  

୨୦୨୩ ଏପ୍ରିଲ ପହିଲାରେ ଦେଶରେ  ପ୍ରାରମ୍ଭିକ ପର୍ଯ୍ୟାୟରେ ୮୨ ଲକ୍ଷ ଟନ୍‌ ଗହମ  ଗଛିତ ଥିଲା । ସେହିଭଳି ୨୦୨୪ ଏପ୍ରିଲ  ପହିଲାରେ ଏହା ୭୫ ଲକ୍ଷ ମେଟ୍ରିନ ଟନ୍‌  ଥିଲା । ଗତ ବର୍ଷ ସରକାର୨୬୬ ଲକ୍ଷ  ମେଟ୍ରିକ ଟନ୍‌ ଗହମ କ୍ରୟ କରିଥିଲେ । ଚଳିତ  ବର୍ଷ ୨୬୨ ଲକ୍ଷ ମେଟ୍ରିକ ଟନ୍‌ ଗହମ କିଣିବା  ଯୋଜନା ରହିଛି । 

ଉଲ୍ଲେଖଯୋଗ୍ୟ, ବଜାର  ଦରକୁ ନିୟନ୍ତ୍ରଣ କରିବା ଲାଗି ସରକାର ଡାଲି  ଉପରେ ମଧ୍ୟ ଷ୍ଟକ ଲିମିଟ ଜାରି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.