ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ ଗୁପ୍ତଚର ସନ୍ଦେହରେ ଧରା ଯାଇଥିଲା ପାରା, ୮ ମାସ ପରେ ହେଲା ମୁକ୍ତ

ମୁମ୍ବାଇ,୩୧।୧:  ଯେତେବେଳେ ଫୋନ୍ କିମ୍ବା ଡାକ ସେବା ନଥିଲା ସେତେବେଳେ ପରସ୍ପରକୁ ବାର୍ତ୍ତା ପଠାଇବାର ଜରିଆ ଥିଲା ପାରା। ହଁ ଫିଲ୍ମରେ ଆମେ ବହୁବାର ପାରାକୁ ଚିଠି ନେଇ ଯାଉଥିବାର ଦେଖିଛୁ, କିନ୍ତୁ ଗୁପ୍ତଚର ପାରା ବିଷୟରେ ଜାଣନ୍ତି କି ? ମୁମ୍ବାଇରେ ଏକ ଗୁପ୍ତଚର ପାରା ଧରା ଯାଇଥିଲା। ଏହି ପାରା ଚୀନ୍‌ର ସନ୍ଦେହ କରାଯାଇ ପୋଲିସ ତାକୁ ଧରିଥିଲା। ମୁମ୍ବାଇ ପୋଲିସର ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି ଯେ, ୮ ମାସ ସ୍ପେଶାଲ ସେଲ୍‌ରେ ରଖିବା ପରେ ତାକୁ ଛାଡି ଦିଆଯାଇଛି।  

ଚୀନ୍‌ର ଗୁପ୍ତଚର ପାରା ସନ୍ଦେହରେ ଧରା ଯାଇଥିବା ଏହି ସନ୍ଦିଗ୍ଧ ପାରାକୁ ୮ ମାସ ପରେ ଛାଡି ଦିଆଯାଇଛି। ଜଣେ ପୋଲିସ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ପାରାକୁ ଏକ ପଶୁ ଚିକିତ୍ସାଚଳୟରେ ରଖାଯାଇଥିଲା। ଆରପିଏଫ୍‌(ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର) ପୋଲିସ ଷ୍ଟେସନ୍‌ର ଜଣେ ଅଧିକାରୀ କହିଛନ୍ତି, ପରେଲ ଅଞ୍ଚଳରେ ଥିବା ବାଇ ସକରବାଇ ଦିନେଶ ପୋଟିଟ୍‌ ପଶୁ ଚିକିତ୍ସାଚଳ ସୋମବାର ପୋଲିସକୁ ପାରାଟିକୁ ଛାଡି ଦେବାର ଅନୁମତି ମାଗିଥିଲା, ଏହାପରେ ତାକୁ ମଙ୍ଗଳବାର ଛାଡି ଦିଆଯାଇଥିଲା। 

ପାରାକୁ ଗତ ବର୍ଷ ମଇ ମାସରେ ଆରସିଏଫ୍ ପୋଲିସ ଉପନଗରୀୟ ଅଞ୍ଚଳ ଚେମ୍ବୁରରୁ ଧରିଥିଲା। ପୋଲିସ କହିଛି ପକ୍ଷୀର ଗୋଡରେ ଦୁଇଟି ରିଙ୍ଗ ଥିଲା। ଗୋଟିଏ ତମ୍ବାର ଥିବା ବେଳେ ଅନ୍ୟଟି ଆଲୁମିନିୟମର ଥିଲା। ଏହାର ଡାହଣ ଡୋର ତଳେ ଚୀନ୍ ଭାଷାରେ ଲେଖାଥିବା କିଛି ବାର୍ତ୍ତା ଥିଲା। ପୋଲିସ କହିଛି, ଆରସିଏଫ୍ ପୋଲିସ ସେତେବେଳେ ମାମଲା ରୁଜୁ କରିଥିଲା। ଅଧିକାରୀମାନେ କହିଛନ୍ତି, ମାମଲାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ପାରା ତାଇଓ୍ବାନରେ ‘ରେସିଂ’ରେ ଭାଗ ନେଉଥିଲା। ଏହି କାର୍ଯ୍ୟକ୍ରମ ବେଳେ ସେ ଉଡି ଭାରତ ଆସି ଯାଇଇଲା। ପୋଲିସଠାରୁ ମଞ୍ଜୁରୀ ମିଳିବା ପରେ ଏବେ ପାରାକୁ ଛାଡି ଦିଆଯାଇଛି।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.