ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖୋର୍ଦ୍ଧା ଜେଲ୍‌ରେ ୨ ଗୋଷ୍ଠି ମୁହାଁମୁହିଁ, ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଅନ୍ତେବାସୀଙ୍କୁ ଆକ୍ରମଣ

ଖୋର୍ଦ୍ଧା, ୧୮/୦୩ : ଖୋର୍ଦ୍ଧା ଜେଲ୍‌ ଭିତରୁ ମୋବାଇଲ୍ ମିଳିବା ଘଟଣା ପରେ ଆସାମୀଙ୍କ ଭିତରେ କୁହୁଳୁଛି ଅଶାନ୍ତି। ଜେଲ୍ ଭିତରେ ଦୁଇ ଗୋଷ୍ଠି ମୁହାଁମହିଁ। ପୋଲିସ ଇନଫର୍ମର ସନ୍ଦେହରେ ଗତକାଲି ଜଣେ ଅନ୍ତେବାସୀଙ୍କୁ ଗୋଟିଏ ଗୋଷ୍ଠି ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। 

ଆକ୍ରମଣର ଶିକାର ହୋଇଛନ୍ତି ଆସାମୀ ପ୍ରକାଶ ନାୟକ। ସେ କୋରେକ୍ସ କଫ ସିରପ୍ ଚୋରା ବିକ୍ରି କରିବା ମାମଲାରେ ରିରଫ ହୋଇଥିଲା। ଜେଲରୁ ମୋବାଇଲ ମିଳିବା ଘଟଣାରେ ପୋଲିସକୁ ସୂଚନା ଦେଉଥିବା ସନ୍ଦେହ କରି ଆକ୍ରମଣ କରିଥିଲେ ଅନ୍ୟ କଏଦୀ। ପୂର୍ବରୁ ବ୍ରାଉନସୁଗର ଓ ହତ୍ୟା ଘଟଣାରେ ଜେଲରେ ଥିବା ଆସାମୀମାନଙ୍କ ଠାରୁ ମିଳିଥିଲା ୯ଟି ମୋବାଇଲ। ତେବେ ଜେଲ୍ ଭିତରକୁ କିପରି ମୋବାଇଲ ଆସିଲା ଏହାର ଖୋଳତାଡ କରୁଛି ପୋଲିସ। ଏଦିଗରେ ଅଧିକ ତଦନ୍ତ ଚାଲିଥିବା ବେଳେ ଗତକାଲି ଜେଲ ଭିତରେ ଦୁଇ ଗୋଷ୍ଠି ହାତାହାତି ହୋଇଛନ୍ତି। ଜେଲ ଭିତରେ ଖୋର୍ଦ୍ଧା ଏସଡିପିଓ, ଆଦର୍ଶ ଥାନା ଅଧିକାରୀ ତଦନ୍ତ କରୁଛନ୍ତି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଏସଡିପିଓ କହିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.