ମୁମ୍ବାଇ,୦୩/୦୯: ସଲମାନ ଖାନ ଏବଂ ଜବାନ ନିର୍ଦ୍ଦେଶକ ଅଟଲିଙ୍କ ମେଗା ଆକ୍ସନ ଫିଲ୍ମ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛି । ଏହାରି ମଧ୍ୟରେ ବର୍ତ୍ତମାନ ଉଭୟ ଫିଳ୍ମ ଉପରେ ମୋହର ବାଜିଥିବା ଜଣାପଡିଛି । ସଲମାନ ଖାନ ଅଟଲିଙ୍କ ସହ କାମ କରିବାକୁ ପ୍ରସ୍ତୁତ ଥିବା ବେଳେ ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ଫିଲ୍ମ ସହ ସଲମାନ ଏବଂ ଅଟଲି ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଗତ ବର୍ଷ ସଲମାନ ଏବଂ ଅଟଲି ଏହି ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ଯେତେବେଳେ ଅଟଲି ଏହି ଚଳଚ୍ଚିତ୍ର ବିଷୟରେ ସଲମାନ ଖାନଙ୍କୁ କହିଥିଲେ ସେତେବେଳେ ସଲମାନ ଏହି କାହାଣୀକୁ ପସନ୍ଦ କରିଥିଲେ ଏବଂ ତାଙ୍କୁ ଫିଲ୍ମର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ପ୍ରସ୍ତୁତ କରିବାକୁ କହିଥିଲେ ।
ତେବେ କିଛି ସପ୍ତାହ ପୂର୍ବରୁ ଅଟଲି ସଲମାନଙ୍କୁ ସ୍କ୍ରିପ୍ଟ ବର୍ଣ୍ଣନା କରିଥିବା ଜଣାପଡିଛି । ସ୍କ୍ରିପ୍ଟ ଶୁଣିବା ପରେ ସଲମାନ ତୁରନ୍ତ ଫିଲ୍ମରେ କାମ କରିବାକୁ ରାଜି ହୋଇଛନ୍ତି । ସଲମାନଙ୍କ ସହ ସାଉଥ ଅଭିନେତା କମଲ ହାସନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସଲମାନ ଖାନ ନିଜେ କମଲ ହାସନଙ୍କୁ ଅଟଲିଙ୍କ ଫିଲ୍ମରେ କାମ କରିବାକୁ ମନାଉଥିବା କୁହାଯାଉଛି । କମଲ ହଁ କହିବା ମାତ୍ରେ ଫିଲ୍ମର ସ୍କ୍ରିପ୍ଟ ଉଭୟଙ୍କୁ ଏକାଠି ବର୍ଣ୍ଣନା କରାଯିବ । ଯଦି କମଲ ହାସନ ଫିଲ୍ମକୁ ହଁ କୁହନ୍ତି, ତେବେ ଏହା ସାମ୍ପ୍ରତିକ ସମୟର ସବୁଠାରୁ ବଡ ସହଯୋଗ ହୋଇପାରେ । ବଡ ପରଦାରେ ସାଉଥ ଏବଂ ବଲିଉଡର ଦୁଇ ସୁପରଷ୍ଟାରଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ପାଇଁ ଏକ କମ୍ ହେବ ନାହିଁ ଏବଂ ଏହା ପ୍ରଥମ ଥର ହେବ ଯେ ସଲମାନ ଖାନ ଏବଂ କମଲ ହାସନ ଏକାଠି କାମ କରିବେ।ଏହି ଚଳଚ୍ଚିତ୍ରରେ ଆକ୍ସନ୍, ରୋମାନ୍ସ ଏବଂ ପାରିବାରିକ ଭାବନା ମଧ୍ୟ ଦେଖିବାକୁ ମିଳିବ । ଏପର୍ଯ୍ୟନ୍ତ ନିର୍ମାତା କୌଣସି ଚୂଡାନ୍ତ କରିନଥିବା ବେଳେ କିନ୍ତୁ କୁହାଯାଉଛି ଯେ ସଲମାନ ଖାନ ଜାନୁଆରୀ ୨୦୨୫ରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ।