ପ୍ରମୁଖ ଖବର
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆସନ୍ତା ସପ୍ତାହରେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଶରତ

ଭୁବନେଶ୍ୱର,୦୪/୦୪: କଂଗ୍ରେସ ୮ ଲୋକସଭା ଓ ୪୭ ବିଧାନସଭା ପାଇଁ ପ୍ରାର୍ଥୀ  ଘୋଷଣା କରିଛି । ଅବଶିଷ୍ଟ ପ୍ରାର୍ଥୀ ଆସନ୍ତା ସପ୍ତାହରେ ଘୋଷଣା କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମଧ୍ୟ ପ୍ରଥମ ଥର ଭଳି ଅଧିକ ନୂଆ ମୁହଁକୁ ଗୁରୁତ୍ୱ  ଦିଆଯିବ । ପୁରୁଣାମାନଙ୍କ ମଧ୍ୟରୁ ଜିତିବାର ଅଧିକ  ସମ୍ଭାବନା ଥିବା ନେତାଙ୍କୁ ପୁଣି ଟିକଟ ମିଳିବ । ଅବଶିଷ୍ଟ ସିଟ୍‌ରେ ନୂଆମାନଙ୍କୁ ସୁଯୋଗ ଦେଲେ,  ସେମାନେ ନୂଆ କିଛି କରିବେ ଯୁକ୍ତିରେ ଟିକଟ  ଦିଆଯିବ । ମୁଁ ନିଜେ ୩୩ ବର୍ଷରେ ପ୍ରଥମେ ସାଂସଦ  ହୋଇଥିଲି । ମୋ ଉପରେ ରାଜୀବ ଗାନ୍ଧି ଆସ୍ଥା  ପ୍ରକଟ କରିଥିଲେ ବୋଲି ଶରତ କହିଛନ୍ତି ।  

ସେହିପରି କଂଗ୍ରେସରୁ ଟିକଟ ପାଇନଥିବା  ବହୁ ନେତା ଦଳରେ ଷଡ଼ଯନ୍ତ୍ର ହୋଇଥିବା  ଅଭିଯୋଗ ଆଣିଛନ୍ତି । ଯାହାକୁ ପିସିସି ସଭାପତି ଖଣ୍ଡନ କରିଛନ୍ତି । ଶରତ କହିଛନ୍ତି,  ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଟିମ୍‌ ବୁଲିଛନ୍ତି । ସେମାନେ ସ୍ୱତନ୍ତ୍ର ଭାବେ ସର୍ଭେ କରିଛନ୍ତି । ସେମାନଙ୍କ ସର୍ଭେ ରିପୋର୍ଟ ଓ ପ୍ରଗମନ୍‌ ରିପୋର୍ଟ ଅନୁସାରେ ଶ୍ରେଷ୍ଠ ୩ଜଣ ପ୍ରାର୍ଥୀଙ୍କ  ତାଲିକା ସ୍କ୍ରିନିଂ କମିଟିକୁ ଦିଆଯାଇଥିଲା । ସ୍କ୍ରିନିଂ କମିଟିରେ ତନ୍ନ ତନ୍ନ କରି ଯାଞ୍ଚ ହୋଇଛି ।  ପରେ ପୁଣି ସେହି ତାଲିକା ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)କୁ ଯାଉଛି । ସେଠାରେ ଏଆଇସିସି ଅଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ଦଳର ବରିଷ୍ଠ ନେତୃତ୍ୱଙ୍କ  ସହ ଆଲୋଚନା ପରେ ଟିକଟ ଦିଆଯାଉଛି । ତେଣୁ କୌଣସି ଷଡ଼ଯନ୍ତ୍ରର ସୁଯୋଗ ନାହିଁ ।  ଯଦି କେହି ଷଡ଼ଯନ୍ତ୍ରର ପ୍ରମାଣ ଦେବେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶରତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.